ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କର ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଭିଜନ ଏମ୍ପାୱାର ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଓଡ଼ିଶାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟ ମାନଙ୍କରେ ବିଜ୍ଞାନ ଓ ଗଣିତ ଡିଜିଟାଲ ଶିକ୍ଷାର ପ୍ରୋତ୍ସାହନ ପାଇଁ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷରିତ କରାଯାଇଅଛି । ସ୍ଵାକ୍ଷରିତ ହେବା ସମୟରେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ (IAS), ଅତିରିକ୍ତ ସଚିବ ଭାସ୍କର ରାଇତୋ OAS(SAG), ଉପସଚିବ ବସନ୍ତ କୁମାର ବେହେରା (OAS), ଉପସଚିବ ସନ୍ୟାସାଇ ବେହେରା (OAS), ଏବଂ ଭିଜନ ଏମ୍ପାୱାର ଟ୍ରଷ୍ଟର ସହ ପ୍ରତିଷ୍ଠାତା ସୁପ୍ରିୟା ଦେ ଓ ରାଜ୍ୟ ସଂଯୋଜିକା ସସ୍ମିତା ମହାନ୍ତି ଉପସ୍ଥିତ ଥିଲେ ।

ଏହି ବିଭାଗରେ ସୁଶ୍ରୀ ପାରୁଲ ପଟାୱରୀଙ୍କ ନୂତନ ଦାୟିତ୍ଵ ଗ୍ରହଣ ଭିନକ୍ଷମ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ନିର୍ଦ୍ଦେଶିକା ଭାବେ ସୁଶ୍ରୀ ପାରୁଲ ପଟାୱରୀ ନୂତନ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରୀମତୀ ସୋନିଆ ବେହେରା ପୁଷ୍ପଗୁଛ ପ୍ରଦାନ କରି ସ୍ଵାଗତ ଜଣାଇଥିବାବେଳେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ବିତ୍ତ ପରାମର୍ଶଦାତା ତଥା ସ୍ଵତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତୋ ଏବଂ ଦୀପକ ରାଉତରାୟ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୁଶ୍ରୀ ପଟାୱରୀ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭେଟିଥିଲେ । ବିଭାଗର କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ଏବଂ ସମସ୍ତ ଅଧିକାରୀମାନଙ୍କୁ ଦାୟିତ୍ଵର ସହ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ ।

ସୁଶ୍ରୀ ପଟାୱରୀଙ୍କ ଏହି ବିଭାଗରେ ଯୋଗଦେବା ପୂର୍ବରୁ ସେ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେ ରାୟଗଡା ଜିଲାରେ କାର୍ଯ୍ୟରତ ଥିବା ସମୟରେ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ ସବୁ କରିଛନ୍ତି । ସେ ଜଣେ ଜ୍ଞାନୀ, ସାହସୀ ଓ ଦକ୍ଷ ପ୍ରଶାସିକା ଭାବେ ରାୟଗଡା ଜିଲାରେ ବେଶ ଜଣାଶୁଣା ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
