ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ୨୦୨୪ ୨୫ ଅନୁଷ୍ଠିତ।

ରାୟଗଡା ଜିଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଗୁଡାରି ବ୍ଲକ ଓ ପୋୖରାଞ୍ଚଳରେ ପ୍ରଥମ କରି ଭିନ୍ନକ୍ଷମ ଚିହ୍ନଟ ଓ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଶିବିର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏମ. ସୁରେଶ କୁମାର,ଶିଶୁ ବିଶେଷଜ୍ଞ ଡାକ୍ତର ଚନ୍ଦନ ଗଡ଼ନାୟକ, ମେଡ଼ିସିନ ଡାକ୍ତର ସଂଜ୍ଞା ଦାସ, ଅସ୍ତିଶଲ୍ୟ ଡାକ୍ତର ଏଲ.କେ.ସ୍ୱାମୀ, ଶ୍ରବଣ ଓ ବାକ୍ ବାଧିତ ଡାକ୍ତର ସଂଘମିତ୍ରା ପାତ୍ର ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ଚିକିତ୍ସା ଓ ଚିହ୍ନଟ କରିଥିଲେ ।

ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଶାରୀରିକ ଦିବ୍ୟାଙ୍ଗ-୧୧୭, ଦୃଷ୍ଟି ବାଧିତ-୪୧, ବାକ ଓ ଶ୍ରବଣ ବାଧିତ-୬୩, ମାନସିକ ବାଧିତ-୨୪, ଛୋଟ ଶିଶୁ-୨୦ ଏହିପରି ମୋଟ-୨୬୫ ଦିବ୍ୟାଙ୍ଗ ପଞ୍ଜିକରଣ ହୋଇଥିବା ବେଳେ ସୁଭଦ୍ରା, ପଡ଼ିକାର୍ଡ, ଗୃହ, ବସ ପାସ, ଇତ୍ୟାଦି ସର୍ବମୋଟ ୪୦୮ ଜଣ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମ ଉପଲକ୍ଷେ ଭିନ୍ନକ୍ଷମଚି଼ହ୍ନଟ କରି ଟ୍ରାଇ ସାଇକେଲ-୧, ଶ୍ରବଣ ଯନ୍ତ୍ର-୧, ଚକ ଲଗା ଚୌକି-୨,ପ୍ରଦାନ କରିଥିବା ବେଳେ ଆଶାବାଡ଼ି-୨, ସିପି ଚେୟାର-୩ ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରାଙ୍କ ତତ୍ୱାବଧାନରେ ଗୁଡାରି ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସଦାନନ୍ଦ ସାହୁ, ପଦ୍ମପୁର ସାମାଜିକ ସୁରକ୍ଷା ଅଧିକାରୀ ସ୍ନିଗ୍ଧାମୟୀ ବାରିକ, ପିଏ ମନୋଜ ମିଶାଲ, ଅନୀଲ ଗୌଡ଼ ପ୍ରମୁଖ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ, ଆଶା, ଅଙ୍ଗନବାଡି ମାନେ ସହଯୋଗ କରିଥିଲେ ।
ରାୟଗଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *