ଭୀଷ୍ମଗିରି ରେ ମଣ୍ଡଳ ସ୍ତରୀୟ କର୍ମଶାଳା ଓ ସେବାପକ୍ଷ ଶୁଭାରମ୍ଭ

ଭୀଷ୍ମଗିରି ରେ ମଣ୍ଡଳ ସ୍ତରୀୟ କର୍ମଶାଳା ଓ ସେବାପକ୍ଷ ଶୁଭାରମ୍ଭ କଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ (17 ସେପ୍ଟେମ୍ବର) ଠାରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ (2 ଅକ୍ଟୋବର) ପର୍ଯ୍ୟନ୍ତ ଆୟୋଜିତ ସେବାପକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଭୀଷ୍ମଗିରି ମଣ୍ଡଳରେ ବିଧାନସଭାର ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ଉଦଘାଟିତ ହୋଇଛି। ଏହି ସେବାପକ୍ଷରେ ସମାଜକଲ୍ୟାଣମୂଳକ ବିଭିନ୍ନ କାର୍ଯ୍ୟ ସହିତ ୧,୦୦୦ ଔଷଧୀୟ ଗଛର ପ୍ରତିରୋପଣ କାର୍ଯ୍ୟକ୍ରମ ହୋଇଅଛି।
ପ୍ରତିରୋପଣ ସ୍ଥଳୀଗୁଡିକ ହେଲା ଭୀଷ୍ମଗିରି ହାଇସ୍କୁଲ,ଭୀଷ୍ମଗିରି ରାମଜୀ ବିଦ୍ୟାଳୟ, ଭୀଷ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଖମାରୀ ଗାଁ ପଞ୍ଚାୟତ, ଗୁଲୁଣ୍ଡା ନିକଟସ୍ଥ ଟୀକାଚନ୍ଦ୍ରିକା
କାର୍ଯ୍ୟକ୍ରମରେ ବିଧାୟକ ମହୋଦୟ ସେବାପକ୍ଷର ମହତ୍ତ୍ୱ ବିଷୟରେ ଉଦ୍ବୋଧନ ଦେଇ, ସମସ୍ତଙ୍କୁ ସମାଜସେବାରେ ସକ୍ରିୟ ଭାବରେ ଯୋଗଦାନ କରିବାକୁ ପ୍ରେରିତ କରିଥିଲେ।
ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା ଓ ନରସିଂହ ପାତ୍ର ସଭାକାର୍ଯ୍ୟ ସମ୍ଭାଳିଥିଲେ। ସଭାର ଶେଷରେ ଭୀଷ୍ମଗିରି ପଞ୍ଚାୟତ ପ୍ରମୁଖ ଟୁକୁନା ସାହୁ ଧନ୍ୟବାଦ୍ ଜଣାଇଥିଲେ। ସେବାପକ୍ଷକୁ ସଫଳ କରିବାରେ ଟୁକୁନା ସାହୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ବିଧାୟକ ମହୋଦୟ ବିଶେଷ ଧନ୍ୟବାଦ୍ ଜଣାଇଥିଲେ।
ବ୍ରହ୍ମପୂରରୁ ପୁପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *