ଭୁବନେଶ୍ଵର କିସରେ ଆଦିବାସି ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ।
କେନ୍ଦୁଝର,ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ମୃତ ଶରୀର ଧରି ପରିବାର ଏଵଂ ଗ୍ରାମବାସୀଙ୍କ ଧାରଣା। ମୃତକ ହେଲେ କେନ୍ଦୁଝର ଟାଉନ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା। ଛାତ୍ର ଜଣଙ୍କ କିସ ରେ ନବମ ଶ୍ରେଣୀରେ ପଡୁଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ କିସ କତୃପକ୍ଷ ଫୋନ କରି କହିଲେ କି ତମ ଛୁଆ ବାଥରୁମରେ ପଡିଯିବାରୁ ତାର ଗୋଡ ଭାଙ୍ଗି ହସ୍ପିଟାଲରେ ଭର୍ତ୍ତି ହେଇଛି ।

ଏହାଶୁଣି ମୃତକଙ୍କ ବାପା ସଙ୍ଗେ ସଙ୍ଗେ କେନ୍ଦୁଝରରୁ ଭୁବନେଶ୍ୱର ଯାଇ ପହଞ୍ଚିବା ପରେ ହସ୍ପିଟାଲରେ ତାର ମୃତ ଦେହ ଧରାଇ ନେଇ ଯିବାକୁ କହିଲେ। ଏପରିକି ମେଡ଼ିକାଲ ଟ୍ରିଟମେଣ୍ଟ କାଗଜ ପତ୍ର ମଧ୍ୟ ଦେଲେ ନାହିଁ। କିନ୍ତୁ ପରେ ଦେଖିବା ବେଳକୁ ତାର ବେକ ଏଵଂ ହାତରେ ରଶି ଦାଗ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୧ କୋଟି ଟଙ୍କା କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବୀ ନେଇ ମହିଳା ଏଵଂ ପୁରୁଷ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ବେଳ ପୋଲିସ ବୁଝାସୁଝା କରି ମୃତ ଦେହର ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିିତ୍ସାଳୟକୁ ପଠାଇଛି l

ପରିବାର ଲୋକ ଜିଦି ଧରି ବସିଥିଲେ, କିସ କର୍ତ୍ତୃପକ୍ଷ ଆସନ୍ତୁ ମୃତ୍ୟୁ କିପରି ହେଲା ସବୁ କଥା ପ୍ରକାଶ କରନ୍ତୁ ଓ କ୍ଷତି ପୂରଣ ରାଶି ଲିଖିତ ଦିଅନ୍ତୁ। ଏହି ଘଟଣାକୁ ନେଇ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ପରେ ପ୍ରଶାସନ ଆସି ଶବ ସଂସ୍କାର କାର୍ଯ୍ୟକ୍ରମ ପାଇଁ କୋଡିଏ ହଜାର ଟଙ୍କା ଦେଲେ ଏବଂ ଆଗାମୀ ଦିନରେ ଉପଯୁକ୍ତ ତଦନ୍ତ କରି ପିଲାଟିର ମ୍ୟୁତ୍ୟୁର କାରଣ ଖୋଜିବାରେ ସପୂର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତିଦେଲା ପରେ ଆନ୍ଦୋଳନ ବନ୍ଦ କରିଥିଲେ।
କେଉଁଝର ରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
