ମଗଧା ଯାଦବ ସମାଜ ଓଡ଼ିଶା ପ୍ରଦେଶର କର୍ମକର୍ତ୍ତା ସମ୍ମୀଲନି ଅନୁଷ୍ଠିତ l

ବୌଦ୍ଧ ଜିଲ୍ଲା ବିରନରସିଂହପୁର ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ମଗଧା ଯାଦବ ସମାଜର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପ୍ରେମ ସିନ୍ଧୁ ହେରନାଙ୍କ ସଭାପତିତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ କେନୁରାମ ଯାଦବ ଅଧ୍ୟକ୍ଷ ମଗଧା ଯାଦବ ସମାଜ ଛତିଶଗଡ଼ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ହଳଧର ଠେଲା ମହାସଚିବ ମଗଧା ଯାଦବ ସମାଜ ଛତିଶଗଡ଼, ଶ୍ରୀଯୁକ୍ତ ସୁରେନ୍ଦ୍ର ବଘାର ମହାସଚିବ ମଗଧା ଯାଦବ ସମାଜ ଓଡ଼ିଶା ପ୍ରଦେଶ,ଝାରସୁଗୁଡ଼ା ସଭାପତି ଶ୍ରୀଯୁକ୍ତ ଅଶୋକ ବାଗ, ଗୋବର୍ଦ୍ଧନ ନାଗ ବୌଦ୍ଧ ଜିଲ୍ଲା ସଭାପତି ମଞ୍ଚାସିନ ଥିଲେ l ଶ୍ରୀଯୁକ୍ତ ଅଲେଖ ବଗର୍ତ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ସୁରେଶ ବାଗ ସମ୍ପାଦକ ଉଦ୍ଯଶ ଜ୍ଞାପନ କଲେ l ମୂଖ୍ୟ ଅତିଥି ସାଗଂଠନିକ ଆଲୋଚନା କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ କୌଳିକ ବୃତ୍ତି ଉପରେ ଆଲୋକପାତ କରିଥିଲେ l ସଭାପତି ସମାଜରେ ଥିବା ବିଭିନ୍ନ କୁପ୍ରଥା ଉଚ୍ଛେଦ ଏବଂ ସମାଜକୁ ଆଗେଇ ନେବାକୁ ପରାମର୍ଶ ଦେଲେ l ଶେଷରେ ସୁରେନ୍ଦ୍ର ବଘାର ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଏବଂ ଅତିଥି ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ସହିତ ସଭା କୁ ସାଙ୍ଗ କରିଥିଲେ l

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *