ମନମୋହନ ଙ୍କ ଗୋଟି ଚାଳନା ବୁଝିପାରିନଥିଲେ

ବନ୍ଧୁଗଣ, ଫଟୋନିୟୁଜ ଟାଇମ୍ସ କୁ ସ୍ୱାଗତ କରୁଛି ମୁଁ ବର୍ଷା। ଆମେ ଆଲୋଚନା କରିବା ବିଜପିର ରାଜ୍ୟସଭା ପାର୍ଥି ମନମୋହନ ସାମଲ ଏବଂ ବିଜପି ନୂଆପଡା ର ଆସାଇ ପାର୍ଥି ବସନ୍ତ ପଣ୍ଡାଙ୍କ ସମ୍ପର୍କରେ।
ନୂଆପଡା ଉପନିର୍ବାଚନ ସମୟରେ ବସନ୍ତ ପଣ୍ଡାଙ୍କ ଘରେ ରହୁଥିଲେ ମନମୋହନ ସାମଲ। ନୂଆପଡା ରଣନୀତି ସମ୍ପର୍କ ରେ ଆଲୋଚନା କରୁଥିଲେ କିନ୍ତୁ ସେ ସମୟରେ ରାଜ୍ୟସଭା ଲଡ଼ୁ ଖାଇଥିଲେ ବସନ୍ତ ପଣ୍ଡା। ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପଣ୍ଡା ନିଜର ପୁଅ ଅଭିନନ୍ଦନ କୁ ମହାଭାରତ ଯୁଗର ଲବ ଏବଂ ବଜେପି ପାର୍ଥି ଜୟଢୋଲକିଆ ଙ୍କୁ କୁଶ ର ଆଖ୍ୟା ଦେଉଥିଲେ। ସେ ଯାହାବି ହେଉ ବସନ୍ତ ପଣ୍ଡା ସାଧାରଣ ରେ ନିଜ କୁ ଧ୍ରୁତରାଷ୍ଟ୍ର ବୋଲି କହୁଥିଲେ ଏବଂ ତାଙ୍କର କୌଣସି ରାଜନୀତିକ ଲୋଭ ନାହିଁ ବୋଲି ମନ୍ତବ୍ୟ ରଖୁଥିଲେ। ବାସ୍ତବ କ୍ଷତ୍ରରେ ରାଜନୀତି କରୁଥିବା ଲୋକଟିଏ ରାଜନୀତିରୁ ବିରତି ନେଇପାରିବ ନାହିଁ। ରାଜନ୍ୟତିକା ସମୀକ୍ଷକ ମାନେ ଚର୍ଚ୍ଚା କରୁଛନ୍ତି ଯେ ବସନ୍ତ ପଣ୍ଡାଙ୍କ ରାଜନୀତି ରେ “ନେଡି ଗୁଡ଼ କହୁଣୀ କୁ ବୋହିଯାଇଛି “। ନୂଆପଡା ରାଜନୀତିରେ ସେ ଏବେ ଜଣେ କାଗଜ ବାଘ ସେ ବିଜେଡି ଦଳକୁ ଯାଇ ମଧ୍ୟ କିଛି ଲାଭ ପାଇବେ ନାହିଁ। ବରଂ ବଜେପି ଦଳରେ ମାଡି ମକଚି ହୋଇ ରହିବା ଏକପ୍ରକାର ଭଲ ହେବ। ଶ୍ରୀ ପଣ୍ଡା ଟଙ୍କା ନେଇ ନିଜକୁ ବିକି ଥିବା କଥା ମଧ୍ୟ ଆଲୋଚନା ହେଉଛି। ବଜେପି ଦଳ ରେ ଚର୍ଚ୍ଚା ହେଉଛି ଟଙ୍କା ନେଇଥିବା ବାପ ଏବଂ ପୁଅ କଣ ମାନ୍ୟତା ପାଇବାର ଯୋଗ୍ୟ କି !ସେ ଯାହାବି ହେଉ ମନମୋହନ ସାମଲଙ୍କ ରାଜନୀତି ରେ ଗୋଟିଚାଳନା କୁ ସବୁ ମହାଲରେ ପ୍ରଶଂସା କରାଯାଉଛି । ଶ୍ରୀ ପଣ୍ଡା ବର୍ତମାନ କହୁଛନ୍ତି ଯେ ସେ ମନମୋହନ ଙ୍କ ଗୋଟି ଚାଳନା ବୁଝିପାରିନଥିଲେ। କିନ୍ତୁ ବିଜେଡି ଦଳରେ ଚର୍ଚ୍ଚା ହେଉଛି “ଚେଇଁ ସୋଇଥିବା ର ଅଭିନୟ କରୁଥିଲେ”। ମନମୋହନ ଏକ ପ୍ରକାର ସବୁଠାରୁ ମର୍ଯ୍ୟାଦା ର ସହିତ ରାଜ୍ୟସଭା କୁ ଯାଉଛନ୍ତି। ସେ ସେଠାରେ ମନ୍ତ୍ରୀ ହୋଇପାରନ୍ତି। ଏହା ଓଡିଶା ପାଇଁ ଶୁଭଙ୍କର ହେବ। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *