ମହାନଦୀ ଅତିକ୍ରମ କଲେ ୮ ଟିକିଆ ହାତୀପଲ।
ହାତୀ ଏବଂ ମଣିଷ ର ସୁସମ୍ପର୍କ ରହିଥିବାର ବହୁତ ଉଦାହରଣ ଅଛି। ପୁରାଣ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହାତୀମାନେ ବିଭିନ୍ନ ସାମରିକ, ଜନ ସଚେତନତା ଏବଂ ଗୁଇନ୍ଦା ଗିରି କରିବାରେ ବ୍ୟକ୍ତି ବିଶେଷ ମାନଙ୍କୁ ସହାୟତା ଯୋଗାଇବାର ଉଦାହରଣ ଅଛି। କିନ୍ତୁ ହାତୀମାନେ ମଧ୍ୟ ମଣିଷ ସମାଜର ବହୁ କ୍ଷତି କରୁଛନ୍ତି। ଏହାର ପ୍ରକୃତ କାରଣ ହେଉଛି କାଠ ମାଫିୟଙ୍କ ଦ୍ୱାରା ଜଙ୍ଘଲ ବିଭାଗ ସହିତ ଅନୈତିକ ମଧୁ ଚନ୍ଦ୍ରିକା ଯୋଗୁଁ ଜଙ୍ଘଲ ନଷ୍ଟ କରିବା। ଏହାର ଫଳ ଭୋଗୁଛନ୍ତି ସେଠାକାର ନିରୀହ ବାସିନ୍ଦା। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସଚେତନ ହୁଅ ଜଙ୍ଘଲ ବିଭାଗ”।
ମହାନଦୀ ଅତିକ୍ରମ କଲେ ୮ ଟିକିଆ ହାତୀପଲ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ରୁ ମହାନଦୀ ପାର ହୋଇ ବୌଦ୍ଧ ବନାଞ୍ଚଳ କୁ ଆସିଲେ ହାତୀପଲ । ବୌଦ୍ଧ ବନାଞ୍ଚଳ ର କୁଲାରିକୁଦ ଠାରେ ଅଟକିଲେ ଏହି ୮ ଟିକିଆ ହାତୀପଲ। ୪ ଟି ମାଇ ହାତୀ ସହ ୩ ଟି ଛୁଆ ହାତୀ ଓ ଗୋଟିଏ ଦନ୍ତା ହାତୀ ଥିବା ସୂଚନା । ଡ୍ରୋନ ସାହାଯ୍ୟରେ ହାତୀଙ୍କ ଗତିବିଧି ଉପରେ ବୌଦ୍ଧ ବନବିଭାଗ ନଜର ରଖିଛି l ବନବିଭାଗ ଏତିକିରେ ତାର କର୍ତ୍ତବ୍ୟ ଶେଷ ନକରି ସେହି ଅଞ୍ଚଳର ଜଙ୍ଘଲ ସୁରକ୍ଷା ସହିତ ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି ବୋଲି ପରିବେଶ ପ୍ରେମୀମାନେ ମତ ରଖିଛନ୍ତି। ଜନ ବସତି ଠାରୁ ଏହି ହାତୀପଲକୁ କିପରି ଦୁରେଇ ରଖାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବା ଜଙ୍ଘଲ ବିଭାଗର କାର୍ଯ୍ୟ ଅଟେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।