ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ଦିବ୍ୟାଙ୍ଗ ମାନଙ୍କୁ ଦର୍ଶନ ସୁବିଧା ବ୍ୟବସ୍ଥା କଲା

ଜଗନ୍ନାଥଙ୍କର ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡା଼ ଏବଂ ସୁନାବେଶ ପର୍ଯ୍ୟନ୍ତ ପୁରୀରେ ଏକ ଗଣ ମହୋଉତ୍ସବ ପାଳିତ ହେଇଥାଏ। ଏଥିରେ ପୁରୀର ଟେମ୍ପଲେ ଟ୍ରଷ୍ଟ ଏବଂ ପ୍ରଶାସନର ମୁଖ୍ୟ ଭୂମିକା ରହିଥାଏ। ସଦାସର୍ବଦା ଲୋକଙ୍କ ସେବାରେ ସମର୍ପିତ ଆମର ଗୋଟିଏ ଅନୁଷ୍ଠାନ ସେ ହେଉଛି ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ (ପୁରୀ)।


ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଶୁଖିଲା ଖାଦ୍ୟ , ପାଣି, ଚା, ବିସ୍କୁଟ ,ଦହିସର୍ବତ , ରନ୍ଧା ଖାଦ୍ୟ ଭାତ , ତ଼ାଲି, ଖଟା, ମହନଭୋଗ,ଶୋଲାଡ଼ାଲି ଅନେକ ଖାଦ୍ୟ ସକାଳରୁ ସଞ୍ଜ ଯାଏଁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ସଦସ୍ୟ ମାନେ ନିରବିଛିନ୍ନ ଭାବରେ ବଣ୍ଟନ କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ହେରାପଞ୍ଚମୀ ଅବସରରେ ସବିତା ମିଶ୍ର, ନିରଞ୍ଜନ ମିଶ୍ର,ଗୀତାଞ୍ଜଳୀ ପଣ୍ଡା, କୁନା ମିଶ୍ର , ଝାନ୍‌ସିରାଣୀ ମିଶ୍ର,ଗୀତାଶ୍ରୀ ଦେବୀ, ଲକ୍ଷ୍ମୀପ୍ରିୟା ଦେ ,ନମିତା ଶତପଥୀ, ମାନସୀ ଖଡ଼ିରତ୍ନ ପ୍ରଭୃତି ଙ୍କର ଉପସ୍ଥିତିରେ ଲୋକ ମାନଙ୍କୁ ଓଆରଏସ ପାନୀୟ, ଲେମ୍ବୁପାଣି ଓ ବିସ୍କୁଟ ବଣ୍ଟନ କରାଗଲା ।


ଦିବ୍ୟାଙ୍ଗ ମାନଙ୍କୁ ଦର୍ଶନ ସୁବିଧା ବ୍ୟବସ୍ଥା କଲା ପ୍ରଶାସନ।
ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ପରାମର୍ଶ ଓ ସହାୟତା କ୍ରମେ ଆଜି ଦିବ୍ୟାଙ୍ଗ ମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ ସୁବିଧା କରାଯାଇଛି।ଜିଲ୍ଲାପାଳ ଶ୍ରୀ ରାଣା ନିଜେ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଏହି ଦର୍ଶନ ର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ ସିଦ୍ଧାର୍ଥ ରାୟ, ଦି ବେଲ ଅନୁଷ୍ଠାନର ସମସ୍ତ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।


ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *