ମହାଶମରାହୋରେ ଜାଗର ଯାତ୍ରା ଅନୁଷ୍ଠିତ

ଜଟଣୀ ବ୍ଲକ ଅନ୍ତର୍ଗତ ବଡ଼ରଘୁନାଥପୁର ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ଦେବଙ୍କ ଜାଗର ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ୧୦ରୁ ଉର୍ଦ୍ଧ୍ବ ଗ୍ରାମର ଶ୍ରଦ୍ଧାଳୁ ମାନସିକ ରଖି ଦୀପ ଜାଳିଥିଲେ। ଶେଷରେ ରାତ୍ର ୧୧ଟା ସମୟରେ ହୁଳହୁଳି ହରିବୋଲ ଧ୍ୱନିରେ ମହାଦୀପ ଉଠିଥିଲା ।

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ, ମନ୍ଦିର କମିଟି ଓ ଗ୍ରାମ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତେବେ ଭୋରରୁ ଠାକୁରଙ୍କ ନୀତି କ୍ରାନ୍ତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଧାଡି ଦର୍ଶନରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଆଶିଷ ଲାଭ କରିଥିଲେ।

ସେହିପରି ବାବାଙ୍କ ପୀଠରେ ବଜାର କମିଟି ପକ୍ଷରୁ ୩୩ତମ ବାର୍ଷିକ ସପ୍ତଦିବସୀୟ ସାରସ୍ୱତ ବାଦିପାଲା ଶିବରାତ୍ରି ଆରମ୍ଭ ହୋଇଛି ।


ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରେ ମଧ୍ୟ ମହାଶମରାହୋରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।
ଖୋର୍ଦ୍ଧା ରୁ ସୂର୍ଯ୍ୟନାରାୟଣ ମହାନ୍ତି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *