ମହିଳା ସଶକ୍ତିକରଣ ପ୍ରତି ସଚେତନତା

ସିନେମା ହେଉଛି ସମାଜର ପ୍ରତିଛବି। ସିନେମାର କାହାଣୀ ଦର୍ଶକଙ୍କ ଚିନ୍ତାଧାରା ଓ ଭାବନାକୁ ଦୃଢ଼ ଭାବରେ ପ୍ରଭାବିତ କରିଥାଏ। ମହିଳା ସଶକ୍ତିକରଣ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଓ ଓଡିଶା ସଚିବାଳୟ ସଂଘର ସହଯୋଗରେ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପୁରସ୍କାରପ୍ରାପ୍ତ ମହିଳା ସଶକ୍ତିକରଣ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “ଲାପତା ଲେଡ଼ିଜ” ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଓ ଓଡିଶା ସଚିବାଳୟ ସଂଘର ଅଧକ୍ଷ ବିବେକାନନ୍ଦ ସାମଲ ଯୋଗ ଦେଇଥିଲେ। ପ୍ରତି ମାସର ତୃତୀୟ ଶନିବାରରେ ଏହି ଭଳି ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛ। କାର୍ଯ୍ୟକ୍ରମରେ ଲୋକସେବା ଭବନର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୫୦ ଜଣ କର୍ମଚାରୀବୃନ୍ଦ ଅଂଶଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *