ଗୋନାସିକା ମୋହତ୍ସବର ପ୍ରାକ ପ୍ରସ୍ତୁତି।
ଆଉ କେଇଟା ଦିନ ପରେ କେନ୍ଦୁଝର ଜିଲ୍ଲା ର ଉତ୍ସବ ଗୋନାସିକା ମୋହତ୍ସବ ୫ ଦିନ ଧରି ପାଳନ ହେବ । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଉଦ୍ଘଷିକା ଓ ଉଦଘଷକ ଚୟନ ଗତ ତା ୧୫/୧୨/୨୫ ରିଖ ସମ୍ପର୍ଣ୍ଣ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲାର ନୂତନ ଯୁବ ପିଢିଙ୍କୁ ସୁଯୋଗ ଦିଆଯାଉ ଥିବାରୁ ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀ ମିଶି ୧୫ ଜଣ ପାଖାପାଖି ତାଙ୍କର ଉପସ୍ଥାପନା ଶୈଳୀକୁ ଚୟନ କର୍ତ୍ତାଙ୍କ ସମ୍ମୁଖରେ ଦରବାର ହଲ ଠାରେ ଉପସ୍ଥାପନ କରିଥିଲେ।ସେ ଯାହା ହେଉ ସେହି ଚୟନ ପ୍ରକ୍ରିୟା ପାଇଁ କିଛି ସର୍ତ୍ତ ବା ନିୟମ ରଖାଯାଇଥିଲା ସେଥିମଧ୍ୟରୁ ନଂ ୨.ରେ ଲେଖାଥିଲା ୨୦-୪୫ ବର୍ଷ ମଧ୍ୟରେ ପ୍ରାର୍ଥୀ ହୋଇଥିବେ ।

ପ୍ରକୃତରେ ଚୟନକର୍ତ୍ତ।ମାନଙ୍କ ମଧ୍ୟରେ ସବୁଠାରୁ ଗୁରୁଦାୟୀତ୍ଵରେ ଥିଲେ ସଂସ୍କୃତି ଅଧିକାରୀ ।ସେ ନିଜେ ଉପସ୍ଥିତ ରହି କିଭଳି କିଛି ବୟସାଧିକ ଉପସ୍ଥାପକଙ୍କୁ ସୁଯୋଗ ଦେଲେ ତାହା ତଦନ୍ତ ସାପେକ୍ଷ । ଆଉ ଯେଉଁ ୩ଜଣ ଚୟନ କର୍ତ୍ତ। ବସିଥିଲେ ସେମାନେ ବୋଧେ ନିୟମ ସର୍ତ୍ତା ବଳିକୁ ଭଲ ଭାବରେ ପଢି ନଥିଲେ, ନହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିରୋଧ କରି ନ ଥିଲେ କାହିଁକି? ଏଥିରୁ ବୁଝା ପଡୁଛି ଗୋନାସିକା ମୋହତ୍ସବରେ ପ୍ରିୟା ପ୍ରିତି ତୋଷଣ ହେଉଅଛି।ଜିଲ୍ଲା ମହୋତ୍ସବ ହେଉଛି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଏହାକୁ ଏକ ପ୍ରକାର ସରକାର ନିୟନ୍ତ୍ରଣ କରନ୍ତି। ବାସ୍ତବ କ୍ଷେତ୍ରରେ ମହୋତ୍ସବକୁ ଆସୁଥିବା ଦର୍ଶକ ମାନେ ଜିଲ୍ଲା ପ୍ରଗତିକୁ ଏହି ଉତ୍ସବ ମାଧ୍ୟମରେ ଅନୁଭବ କରନ୍ତି। ଏଥିରେ ପ୍ରିୟପ୍ରିତି ତୋଷଣ ଏକ ପ୍ରକାର ଅପରାଧ ଅଟେ। ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି।
କେଉଁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
