ମାଉଜରର ଗନ୍ତାଘର ବ୍ରହ୍ମପୁର ସହର

ବର୍ତମାନ ମାଉଜରର ଗନ୍ତାଘର ପାଲଟିଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର।
ଆମର ଏହି କ୍ରାଇମ୍ ନ୍ୟୁଜ ସେଗମେଣ୍ଟର ନାମ ହେଉଛି ଟ୍ରାଫିକ୍ ପୋଷ୍ଟ। ଟ୍ରାଫିକ୍ ପୋଷ୍ଟ ଯେଭଳି ଟ୍ରାଫିକ୍ ନିୟନ୍ତ୍ରଣ କରେ ଆମର ଏହି ପ୍ରୟାସ ହେଉଛି କ୍ରାଇମ୍ ନିୟନ୍ତ୍ରଣ କରିବା। ସେ ଯାହାବି ହେଉ ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର କଥା ବର୍ତମାନ କିଛି ଦିନ ଧରି ବ୍ରହ୍ମପୁର ସହର ଶାନ୍ତି ପୁର୍ଣ ଥିବା ବେଳେ ବର୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଓ ଗୋସାଇଁନୂଆଗାଁ ଥାନା ପୋଲିସ ୭ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଜବତ କରିଛି ୭ଟି ମାଉଜର, ୬ଟି ମାଗାଜିନ୍, ୩୪ଟି ଗୁଳି, ୬ଟି ମୋବାଇଲ ଫୋନ୍ ଓ 1ଲକ୍ଷ 11 ହଜାର ପଞ୍ଚ ଶହ ଟଙ୍କା। ଗିରଫ ଅପରାଧୀଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଥିବା ବେଳେ ଆଗକୁ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନାରେ ଥିଲେ। ବ୍ରହ୍ମପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ। ବୈଦ୍ୟନାଥପୁର ଥାନା ପୋଲିସ ଗାଡି ଚେକିଂ ବେଳେ ଦୁଇ ଜଣଙ୍କୁ ଏକ କାରରୁ ବନ୍ଧୁକ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ।ପରେ ତାଙ୍କୁ ପଚାରା ଉଚୁରା କରିବା ପରେ ଅନ୍ୟ ଅପରାଧୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ।

ସେପଟେ ଅପରାଧୀ ମାନେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହା଼ପପଡ଼ା ଗାଁର ରବିନ୍ଦ୍ର ମହାରଣା ବନ୍ଧୁକ ଦେଇଥିବା ସୁଚନା ମିଳିବା ପରେ ରବିନ୍ଦ୍ରକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଅପରାଧୀଙ୍କ ଭିତରେ ଜଣେ ଏଟିଏମ୍ କାର୍ଡ ଚୋର ଥିବା ବେଳେ ତାଙ୍କ ଠାରୁ ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ଗଞ୍ଜାମ ଜିଲ୍ଲାରେ କିଛି ଅପରାଧୀ ମାଉଜର ଯୋଗାଇଥିବା ସୂଚନା ପାଇବା ପରେ ଆଇଜି ନୀତି ଶେଖରଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସର ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଥିଲା। ଗଞ୍ଜାମରେ ଦୁଇଟି ପର୍ଯ୍ୟାୟରେ ୨୫ଟି ଓ ବ୍ରହ୍ମପୁରରେ ଦୁଇଟି ପର୍ଯ୍ୟାୟରେ ୧୧ଟି ମାଉଜର ଜବତ ହୋଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ବେଳେ ଏନେଇ ଅଧିକା ତଦନ୍ତ ଜାରୀ ରଖିଛି ବ୍ରହ୍ମପୁର ପୋଲିସ।


କିନ୍ତୁ ବର୍ତମାନ ଯେଉଁ ଭଳି ବ୍ରହ୍ମପୁର ସହର ରେ କ୍ରାଇମ,ଗଞ୍ଜେଇ ଓ କଳା ବେପାରୀ ଙ୍କ ସଂଖ୍ୟା ବଢୁଛି ତାର ସମ୍ପୂର୍ଣ ମୂଳ ପୂଛ କରିବ କି ବ୍ରହ୍ମପୁର ପୋଲିସ। ଆଉ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଖାଲି ବ୍ରହ୍ମପୁର ସହର କ୍ରାଇମ କୁ ଗୁରତ୍ୱ ଦେଉଛନ୍ତି ଆଉ ଅନ୍ୟ ଥାନା ଗୁଡିକ ମଧ୍ୟ ପରି ଭ୍ରମଣ କରନ୍ତୁ ବର୍ତମାନ ଗଞ୍ଜାମ ଜିଲ୍ଲାର ରେ ଜୁଆ ଖେଳ, ଗଞ୍ଜେଇ, ଦେଶୀ ମଦ, ସାଙ୍ଗକୁ କ୍ରାଇମ ବଢୁଛି ଏହାକୁ ନିଏତ୍ରଣ କରି ପାରିବେ ତ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ, ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। କଥାରେ କୁହନ୍ତିନି ରୋଇ ଭାକୁର କୁ ଛାଡି ଜିଲାରୀ ଧରୁଛି କି ବ୍ରହ୍ମପୁର ପୋଲିସ ? ହେଲେ ବଡ଼ ବଡ଼ ରୋଇ ଭାକୁର ଆଡେ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ନହେଲେ ଏହି ଭାକୁର ଗୁଡାକ ପୁରା ଗଞ୍ଜାମ ଜିଲ୍ଲା ରେ ମାଡି କୋଟି ପତି ହେବେ ଶେଷରେ ଜିଲାରୀ ଗୁଡାକ ଜେଲ କୁ ଯିବେ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଦେଖିବାକୁ ରହିଲା ବ୍ରହ୍ମପୁର ପୋଲିସ ବଡ଼ ବଡ଼ କ୍ରିମିନାଲ, ଗଞ୍ଜେଇ ବେପାରୀ, ଯାହା ବଡ଼ ବଜାର ଥାନା ର ନାକ ପାଖରେ। କିନ୍ତୁ ବଡ଼ ବଜାର ଥାନା ଅଧିକାରୀ ଓ ଆରକ୍ଷୀ ଅଧିକାରୀ କଣ ଜାଣି ପାରୁନାହାନ୍ତି ? ଶୁଣିବାକୁ ମିଳୁଛି ବଡ଼ ବଜାର ଥାନା ରେ ପୋଲିସ ଅଧିକାରୀ ମାନଙ୍କୁ ମାସିଆରି ନେଇ ଚୁପ ।

ଜିଏ କହିବ ପୁଣି ତାକୁ ମିଥ୍ୟା କେଶ ବା ଏହା କଣ ବ୍ରହ୍ମପୁର ପୋଲିସ ର ସଫଳତା କି ? ଦେଖିବାକୁ ରହିଲା ଗଞ୍ଜାମ ଜିଲ୍ଲା ରେ ଗଞ୍ଜାମ ଓ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଙ୍କ କୁମ୍ବିଂ ଅପରେସନ ସଫଳ ହେଉଛି ନାଁ ପୋଲିସ କୁ ଖୋଲା ଚେଲେଞ୍ଜ ଦେଇ ଅପରାଧୀ ଅପରାଧ ଘଟେଇ ନିଜକୁ ଡନ ବୋଲି ପ୍ରମାଣିତ କରିବ ।

ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *