ମାଓ ସଂଗଠନ ର ସାଧାରଣ ସଂପାଦକ ବାସବ ରାଜ ଙ୍କ ମୁଣ୍ଡ ଉପରେ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା

ନାରାୟଣପୁର ଏନକାଣ୍ଟର ରେ ଗତକାଲି ଆହତ ହୋଇଥିବା ଡିଆରଜି ଜବାନ ଖୋଟଲୁ ରାମ କୋରାମ ରାୟପୁର ର ଏକ ଘରୋଇ ହସ୍ପିଟାଲରେ ଆଜି ପ୍ରାଣ ହରାଇଛନ୍ତି । ଘଟଣାରେ ମୋଟ ଦୁଇ ଜଣ ଡିଆରଜି ଜବାନ ସହିଦ ହୋଇଥିବା ବେଳେ 27 ଜଣ ମାଓବାଦୀ ନିହତ ହୋଇଛନ୍ତି । ଟପ୍ ମାଓନେତା କେଶବ ରାଓ ଓରଫ ବାସବ ରାଜ ଏହି ଏନକାଣ୍ଟର ରେ ପ୍ରାଣ ହରାଇଛନ୍ତି ।

ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ମୂଖ୍ୟ ତଥା CPI ମାଓ ସଂଗଠନ ର ସାଧାରଣ ସଂପାଦକ ବାସବ ରାଜ ଙ୍କ ମୁଣ୍ଡ ଉପରେ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଘଟଣାରେ ଆହୁରି ଅନେକ ବଡ ବଡ ମାଓବାଦୀ ପ୍ରାଣ ହରାଇଥିବା ସୁଚନା ମିଳିଛି । ତେବେ ଗତକାଲି ଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ଦେହ ଅବୁଜମାଡ ଜଙ୍ଗଲ ଭିତରେ ହି ରହିଛି । ଦିନ ପ୍ରାୟ ଗୋଟାଏ ବେଳେ ବାୟୁ ସେନାର ହେଲିକେପ୍ଟର ଯୋଗେ ମୃତ ଦେହ ସବୁ ନାରାୟଣପୁର ପୋଲିସ ଲାଇନ୍ ରେ ପହଞ୍ଚି ଅଛି। ଏହା ପରେ ଆରମ୍ଭ ହେବ ଶବ ଚିହ୍ନଟ ପ୍ରକ୍ରିୟା ।

ମାଲକାନଗିରି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ବାଦଲ ବିଶ୍ଵାଳଙ୍କ ରିପୋର୍ଟ୍ ।

Leave a Reply

Your email address will not be published. Required fields are marked *