ମାସେ ୭ ଦିନ ପରେ କେନ୍ଦ୍ରାପଡ଼ା ଛାଡ଼ିଲା ଅଚଳ ହେଲିକପ୍ଟର

ମାସେ ୭ ଦିନ ପରେ କେନ୍ଦ୍ରାପଡ଼ା ଛାଡ଼ିଲା ଅଚଳ ହେଲିକପ୍ଟର l କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡ଼ିଆରୁ ଆଜି ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଗଲା l ମୁମ୍ବାଇ ରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟର ଟିକୁ ନିଆଯାଉଛି l

ମୁମ୍ବାଇରେ ପହଁଞ୍ଚିବା ପାଇଁ ୮ରୁ ୧୦ ଦିନ ସମୟ ଲାଗିବ ବୋଲି ଜଣାପଡିଛି। ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟର ମାନଙ୍କ ମିଳିତ ସହଯୋଗରେ ହେଲିକପ୍ଟର ଲଦା ହୋଇଥିବା ଲମ୍ବା ଟ୍ରକ୍ କୁ ସାବଧାନତାର ସହିତ ମୂଖ୍ୟ ରାସ୍ତା କୁ ଅଣାଯାଇଥିଲା l

ଏହାକୁ ଦେଖିବା ପାଇଁ ବେଶ୍ ଭିଡ ଜମିଥିଲା l ଜୁନ ୯ ରେ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ କେନ୍ଦ୍ରାପଡା ଯାଇଥିଲା ଏହି ହେଲିକପ୍ଟର l ସେଠାରେ ବଜ୍ରପାତରେ ହେଲିକପ୍ଟରଟି ଅଚଳ ହୋଇ ପଡିଥିଲା।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *