ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡୀ ଖୋଲାଯାଇଛି।

ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡୀ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡିରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି କରିଛନ୍ତି। ଗତ ଥର ଜାନୁଆରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୫ଟି ବିଦେଶୀ ନୋଟ୍‌ ମଧ୍ୟ ବାହାରିଥିଲା।


ଆଜିର ହୁଣ୍ଡିରୁ ନଗଦ ଏକ କୋଟି 0୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩8 ଗ୍ରାମ ସୁନା ଓ 02କେଜି 500ଗ୍ରାମ ରୂପା ବାହାରିଥିଲା। ଏଥି ସହିତ ବିଭିନ୍ନ ପ୍ରକାର ୧୨ଟି ବିଦେଶୀ ନୋଟ୍‌ ମଧ୍ୟ ବାହାରିଥିଲା। ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ଟି, ୧୦ ପାଉଣ୍ଡ ନୋଟ୍‌ ୧୦ଟି, କାନା ୫ କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ ୧ଟି ଏବଂ ଥାଇଲାଣ୍ଡର ୧୦୦ ଥାଇ ନୋଟ ରହିଥିଲା।

ଅଚଳ ୫୦୦ ଓ ୨୦୦୦ ଟଙ୍କା ହୁଣ୍ଡିରୁ ବାହାରି ଥିଲା। ଶାନ୍ତି ଶୃଙ୍ଖଳା ରେ ଗଣତି କାମ ସରିଥିଲା। ଏହାକୁ ଏବେ ମନ୍ଦିର ପର୍ଯ୍ୟଟନ ସ୍ଥଳୀ ଭାବେ ସରକାର ଗ୍ରହଣ କରି ଏହାର ଉନତି କରଣ କରିବାପାଇଁ ସାଧାରଣରେ ଦାବି ହେଉଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *