ମିଥ୍ୟା ରାସ୍ତା ମରାମତିକୁ ନେଇ ବାହା ବାହା ନେଉଛନ୍ତି ୫ ଜଣ ଶିକ୍ଷକ

ମିଥ୍ୟା ରାସ୍ତା ମରାମତିକୁ ନେଇ ବାହା ବାହା ନେଉଛନ୍ତି ୫ ଜଣ ଶିକ୍ଷକ।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମହକୁମା ସ୍ଥିତ ମେନ ରୋଡ ଜେପି ମହଲା ଠାରୁ ବ୍ରାହ୍ମଣ ସମାଜ ପର୍ଯ୍ୟନ୍ତ ଯାତାୟାତ କରୁଥିବା ରାସ୍ତା ହୋଇ ଅଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଖାଲଖମା ରେ ପରିପୂର୍ଣ ହୋଇ ପଡ଼ିରହିଛି ରାସ୍ତା। ଉକ୍ତ ରାସ୍ତାଟି ବହୁ ଶୋଚନୀୟ ଥିବାରୁ ସ୍ଥାନୀୟ ବାସିନ୍ଦା ମରାମତି ନିମନ୍ତେ ଅଭିଯୋଗ କରିଛନ୍ତି। ଗତ ଦୁଇ ଦିନ ହେବ କିଛି ଖବର କାଗଜ ରେ ରାସ୍ତା  ମରାମତି ର ପ୍ରସାରଣ ହୋଇଥିଲା।

ସେନେଇ ଅଞ୍ଚଳ ବାସୀ ଏଭଳି କାର୍ଯ୍ୟ କୁ ଘୋର ନିନ୍ଦା କରିଛନ୍ତି। ଉକ୍ତ ୫ ଜଣ ଶିକ୍ଷକ ସ୍କୁଲ ଡ୍ୟୁଟି ନଯାଇ ମିଛ ରାସ୍ତା ମରାମତି ର ପ୍ରସାରଣ କରି ବାହା ବାହା ନେଉଛନ୍ତି। ଏଭଳି ହିନ କାର୍ଯ୍ୟ କୁ ଅଞ୍ଚଳ ବାସୀ ଉକ୍ତ ୫ ଜଣ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ସରକାରଙ୍କୁ ଦାବି କରିଛନ୍ତି। ଖବର କାଗଜ ର ପ୍ରସାରଣ କରୁଥିବା ୫ ଜଣ ଶିକ୍ଷକ ହେଲେ ଗଣେଶ ସେଠୀ , ବିପ୍ଳବ ମହାପାତ୍ର , ଦୟାନିଧି ସେଠୀ , ଗୋଲକ ମଲ୍ଲିକ, ଏବଂ ଓମ୍ ପ୍ରକାଶ ସୂର୍ଯ୍ୟ।

ଶିକ୍ଷକ ହେଇ ମିଥ୍ୟା ରାସ୍ତା ମରାମତି ର ଖବର ପ୍ରସାରଣ କରିଛନ୍ତି ତାହା କେତେ ଦୂର ଠିକ୍ ସମାଜ କହିବ। ଏନେଇ ଅଞ୍ଚଳ ବାସୀ ଉକ୍ତ ଶିକ୍ଷକଙ୍କୁ ଘୋର ନିନ୍ଦା କରିବା ସହ ଏହି ୫ ଜଣଙ୍କ ଶିକ୍ଷକଙ୍କ ପ୍ରତି ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *