ମିଶନ ଶକ୍ତି ଭବନରେ ପୋଷଣ ପାଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ।

 

ମିଶନ ଶକ୍ତି ଭବନରେ ପୋଷଣ ପାଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାୟଗଡା ଜିଲ୍ଲା ମିଶନ ଶକ୍ତିଭବନ ଗୁଡ଼ାରୀ କାର୍ଯ୍ୟାଳୟ ପରିସରରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ବ୍ଲକ ସ୍ତରୀୟ ପୋଷଣ ପାଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ
ମୁଖ୍ୟ ଅତିଥିଭାବେ  ଗୁଡ଼ାରୀ ବିଡ଼ିଓ ଶୁଚିସ୍ମିତା ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ତହସିଲଦାର ଏ. ସ୍ନେହଲତା, ସହାୟିକା ଯନ୍ତ୍ରୀ ଶସ୍ମିତା ଶବର, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତି ପ୍ରତିମା ରାଣୀ ଦାସ, ଉପଖଣ୍ଡ ସ୍ତରୀୟ,କାର୍ଯ୍ୟକ୍ରମ ଅଧିକାରୀ କଳ୍ପନା ମାହାକୁଡ, ସ୍ବେଛାସେବୀ ଅନୁଷ୍ଠାନ ଜାଗରଣ ସମ୍ପାଦକ ରବୀନ୍ଦ୍ର ପ୍ରସାଦ ଦାସ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଜଗନ୍ନାଥଙ୍କ ପ୍ରତିଛବିରେ ଧୂପଦୀପ ନୈବେଦ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏଠାରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ପ୍ରସାଦ ଲିମା ଓ ପ୍ରମୋଦ ପତିଙ୍କୁ ମଧ୍ୟ ପୁଷ୍ପଗୁଛ ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥି ମାନେ ନିଜ ନିଜର ଉନ୍ନତ ମାନର ମତାମତ ପୋଷଣ କରିଥିଲେ। ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାରର ପୋଷଣ ଯୁକ୍ତ ଖାଦ୍ୟ, ସାମଗ୍ରୀ ପ୍ରଦର୍ଶନୀ ସହିତ କିଶୋରୀ ବାଳିକା ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରରେ ଅଂଶ ଗ୍ରହଣ କରିଥିବା କିଶୋରୀ ବାଳିକା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ମାନିତ କରିଥିଲେ। ମଞ୍ଚାସିନ ଅତିଥି ମାନେ ପୋଷଣରେ ତିଆରି ଖାଦ୍ୟ ଓ ସାମଗ୍ରୀ ବୁଲି ଦେଖିବା ସହ ଏହାକୁ ଚାଖି ଖୁସି ବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ସ୍ତରୀୟ ମହାସଂଘର ସଭାପତି ଶ୍ରୀମତି ସଂଯୁକ୍ତା ବୀରଦଳାଇ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ଶ୍ରୀମତି ପ୍ରଦ୍ମାବତୀ ଶବର ଓ ଅରୁନ୍ଧତୀ ଗରଡ଼ିଆ ଯୋଗଦେଇ ସହଯୋଗ କରିଥିବା ବେଳେ ବ୍ଲକ ସ୍ତରୀୟ ଅଙ୍ଗନବାଡି କର୍ମୀ, ପାଚିକା, କିଶୋରୀ ବାଳିକା ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ବିପିସି ମିଶନ ଶକ୍ତି ସୁନୀଲ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ରାୟଗଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *