ମୁକୁଣ୍ଡୁପୁରୁ ଘାଟିରେ ଓଲଟିଲା ବସ ୨୩ ଆହତ ୩ଗୁରୁତ୍ୱର।

ମୁକୁଣ୍ଡୁପୁରୁ ଘାଟିରେ ଓଲଟିଲା ବସ”, ୨୩ ଆହତ ୩ଗୁରୁତ୍ୱର।

ରାୟଗଡା ଜିଲ୍ଲାର କୋଲନରା ବ୍ଳକ ଅନ୍ତର୍ଗତ ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ବସ। ଗାଡି ନମ୍ବର ହେଉଛି “OD-21-A-3777” ମା ବାଙ୍ଗାରାମା ବସରେ ୪୫ ଜଣ ଯାତ୍ରୀଙ୍କୁ ନେଇ ବସଟି ବ୍ରହ୍ମପୁରର ହିଞ୍ଜଳିକାଟୁରୁ ରାୟଗଡାର ଟିକିରି ଅଭିମୁଖେ ଆସୁଥିଲା।
ଏହି ସମୟରେ ଭାରଷମ୍ୟ ହରାଇ ବସ୍ ଟି ଓଲଟି ପଡିଥିଲା। ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମନ୍ୟ ଆହତ ଥିବା ବେଳେ ୩ ଜଣ ଗୁରୁତର ଥିବାଜଣାପଡ଼ିଛି। ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବସର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି। ଏହି ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରିନଥିବାର ସୂଚନା ମିଳିଛି। ଯାତ୍ରୀ ମାନଙ୍କ ମଧ୍ୟରେ ଦେବାଶିଷ ସାହୁ ଏବଂ ସୁଦର୍ଶନ ସେମାନଙ୍କର ଅନୁଭୂତି ବଖାଣିଛନ୍ତି।

Leave a Reply

Your email address will not be published. Required fields are marked *