ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଶ୍ୱ ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ପୂଜା ଅର୍ଚନା ସହ ମାଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।

ଏଥି ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଗାଙ୍ଗଦହଣୀ,ପୁରୁଷୋତ୍ତମପୁର ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ମାନ୍ୟବର କ୍ୟାବିନେଟ ମିନିଷ୍ଟର ବିଭୁତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଜିଲ୍ଲା ର ସମସ୍ତ ବିଧାୟକ ମାନେ ଉପସ୍ଥିତ ରହି ବିଗତ ୧୦୦ ବର୍ଷରେ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଅନେକ କୃତ୍ତି ଛାତ୍ରଛାତ୍ରୀ ଆଜି ଉଚ୍ଚପଦରେ ଅବସ୍ଥାପିତ ହୋଇ ଦେଶ ସେବାରେ ବ୍ରତୀ ଅଛନ୍ତି। ଆଗକୁ ମଧ୍ୟ ଏହି ବିଦ୍ୟାଳୟ ଶିକ୍ଷିତ, ଚରିତ୍ରବାନ ଓ ଦେଶପ୍ରେମୀ ସୁନାଗାରିକ ଗଠିବ ବୋଲି ମନ୍ତ୍ୟବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।

ମା ତାର ତାରିଣୀ ଙ୍କ ଗ୍ରସ୍ତ ସମୟରେ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟପାଇଁ ଏକ ପ୍ରୋଜେକ୍ଟ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ମନ୍ତ୍ରୀ ଶ୍ରୀ ଜେନା ଦେଇଛନ୍ତି ।
ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *