ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଭେଟିଲେ କୋଡିଙ୍ଗାମାଳି ଅଞ୍ଚଳ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଭେଟିଲେ କୋଡିଙ୍ଗାମାଳି ଅଞ୍ଚଳ ବାସୀ।
କୋଡିଙ୍ଗାମାଳି ରୁ ୬ ମିଲିୟନ୍ ଟନ୍ ଖଣି ଉତ୍ତଲୋନ ବୃଦ୍ଧି କୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଦାବିପତ୍ର। ରାଜ୍ୟ ସରକର ଓ.ଏମ.ସି ଜରିଆରେ ୨୦୧୭ ମସିହା ଠାରୁ କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ କରି ବେଦାନ୍ତ ପ୍ରକଳ୍ପକୁ ବାର୍ଷିକ ୩ ମିଲିୟନ୍ ଟନ୍ ବକ୍ସାଇଟ୍ ଯୋଗାଇ ଦେଇ ଆସୁଛନ୍ତି। ବର୍ତ୍ତମାନ ବେଦାନ୍ତ ପ୍ରକଳ୍ପକୁ ବକ୍ସାଇଟ୍ ଯୋଗାଇଦେବା ନିମନ୍ତେ ଓ.ଏମ.ସି ବାର୍ଷିକ ୬ ମିଲିୟନ୍ ଟନ୍ ବକ୍ସାଇଟ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟର ସହମତି ଲୋଢୁଥିବା ନେଇ ଅଞ୍ଚଳବାସୀ ଦୃଢ ନିନ୍ଦା କରିବା ସହ ସମ୍ପୁର୍ଣ୍ଣ ଭାବେ ବିରୋଧ କରୁଛନ୍ତି। ପୂର୍ବତନ ତିନି ବିଧାୟକଙ୍କ ନେତୃତ୍ୱ ରେ ଅଞ୍ଚଳର ବିସ୍ଥାପିତ, କ୍ଷତିଗ୍ରସ୍ତ, ପ୍ରଭାବିତ, ବୁଦ୍ଧିଜୀବୀ, ନେତା ଓ ଅଞ୍ଚଳର ବିକାଶ ପରିଷଦ ସଭାପତି ସଦଶ୍ୟମାନେ ଏହି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଛନ୍ତି।କୋଡିଙ୍ଗାମାଳି ପର୍ବତ ଚତୁଃପାର୍ଶ୍ଵରେ ମୁଖ୍ୟତଃ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରି ଏହି ପର୍ବତ ଉପରେ ଜୀବନ ଜୀବିକା ସମ୍ପୃଣ୍ଣ ନିର୍ଭର କରୁଛନ୍ତି।


ଆଜକୁ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ କୋଡିଙ୍ଗାମାଳି ଖଣି ପରିବହନ ଚାଲୁରହିଥିବାବେଳେ, ବେଦାନ୍ତ ପ୍ରକଳ୍ପ ଖଣି ଅଞ୍ଚଳରେ ଗୋଟିଏ ହେଲେ ଉନ୍ନୟନ ମୂଳକ କାର୍ଯ୍ୟ କରିନାହାନ୍ତି। ଓ.ଏମ.ସି ମଧ୍ୟ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନାହିଁ। ଅଞ୍ଚଳବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ନେଇ ମତ ପ୍ରକାଶ କରିଛନ୍ତି। ଖଣି ଅଞ୍ଚଳର ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ରହିଥିଲେ ହେଁ ବେଦାନ୍ତ ପ୍ରକଳ୍ପ କିମ୍ବା ଓଡିଶା ଖଣି ନିଗମ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଶତକଡା ୧ ପ୍ରତିଶତ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦେଇ ନାହନ୍ତି। କୋଡିଙ୍ଗାମାଳି ରେ ଖଣି ବିସ୍କରଣ ହେବା ଦ୍ବାରା ଅନେକ ଲୋକଙ୍କ ଘର କାନ୍ଥ ଫାଟି ସମସ୍ୟା ସୃଷ୍ଟି ହେଉଅଛି।

ଅନେକ ଘରୋଇ ପଶୁ ମୃତ୍ୟୁର ଶିକାର ହେଉଛନ୍ତି। ବାୟୁ ପ୍ରଦୂଷଣ ହେବା ଦ୍ବାରା ଅନେକ ଲୋକ ଶ୍ଵାସ ରୋଗରେ ଆକ୍ରାନ୍ତ ହେଲେଣି। ଏ ନେଇ ଅନେକ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି , କୋଡିଙ୍ଗାମାଳି ଖଣି ପ୍ରଭାବିତ ଓ ପାରିପାର୍ଶ୍ବକ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଖଣି ମନ୍ତ୍ରି ଓ ଅନ୍ୟାନ୍ୟ ମନ୍ତ୍ରିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *