ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଯୁବଶକ୍ତି ସମାବେଶ

ଗଞ୍ଜାମ ଜିଲ୍ଲାର ଆସିକା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଯୁବଶକ୍ତି ସମାବେଶ ।

ଗଞ୍ଜାମ ଜିଲ୍ଲାର ଆସିକା ଠାରେ ସୋମବାର ଦିନ ଯୁବ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଳାର ସାଂସଦ ଓ ବିଧାୟକ ମାନେ ମଧ୍ୟ ଉପସ୍ଥିତ ଥିଲେ ।


ଯୁବଶକ୍ତି ଅସୁମାର ସମ୍ଭାବନାର ପ୍ରତୀକ, ନବ ଉର୍ଜାର ପ୍ରତୀକ, ନବ ସୃଜନର ପ୍ରତୀକ।
୨୦୩୬ ସୁଦ୍ଧା ଓଡିଶା ୫୦୦ ବିଲିୟନ ଡଲାରର ଅର୍ଥନୀତି ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହେବ ବୋଲି ସୂଚନା। ଏହି ସମୟରେ ଆଜିର ଛାତ୍ର ଓ ଯୁବ ସମାଜ ଓଡିଶାର ବିକାଶର ସାରଥି ହେବେ। ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୁଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହା ସହ କ୍ରୀଡା ଓ ଯୁବ ବିଭାଗ ପକ୍ଷରୁ ବାର୍ଷିକ ଉପଲବ୍ଧି ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଛି।


ବିଗତ ଏକ ବର୍ଷରେ ବିଜେପି ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୮୦୦୦ ସରକାରୀ ପଦବୀରେ ନିଯୁକ୍ତି ଦେବାର କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି, ବର୍ତମାନ ଶିଳ୍ପାୟନକୁ ଗୁରୁତ୍ୱ ଦେଉଛି ବିଜେପି ସରକାର ଯାହାଦ୍ୱାରା ରାଜ୍ୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ଯୋଗ୍ୟ ହୋଇପାରିବେ ତଥା ନିଜେ ଉଦ୍ୟୋଗ ଆରମ୍ଭ କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବେ।

ଗଞ୍ଜାମ ଆସିକା ରୁ ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ

Leave a Reply

Your email address will not be published. Required fields are marked *