ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଶିବିରରେ ତାଲିମପ୍ରାପ୍ତ ପ୍ରଶିକ୍ଷିକା କୁମାରୀ କିରଣ ପ୍ରଧାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ପାଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ରିନା ଗାଇଗୌରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଠଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମର ପୂର୍ଣ୍ଣ ସଂଯୋଜନା କରିଥିଲେ। ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ପାଢ଼ୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଚତୁର୍ଭୁଜ ବନଛର ଛାତ୍ରୀ ମାନଙ୍କୁ ଦୈନନ୍ଦିନ ଜୀବନରେ ଆତ୍ମରକ୍ଷାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବଦଳୁଥିବା ସମାଜରେ ପ୍ରତିଦିନ ଘଟୁଥିବା ଅନୈତିକ ତଥା ଅସାମାଜିକ କାର୍ଯ୍ୟକଳାପକୁ ପ୍ରତ୍ୟକ୍ଷ ମୁକାବିଲା କରିବା ପାଇଁ ଆତ୍ମରକ୍ଷା କୌଶଳର ତାଲିମ ପ୍ରତ୍ୟେକ ଛାତ୍ରୀ ମାନଙ୍କ ପାଇଁ ଅତ୍ୟାବଶ୍ୟକ ବୋଲି ଶ୍ରୀ ବନଛର ଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ରମ୍ୟରଞ୍ଜନ ମିଶ୍ର ଭାରତୀୟ ଇତିହାସରୁ ବୀରା ରମଣୀ ମାନଙ୍କ ଉଦାହରଣ ଦେଇ ଭାରତୀୟ ନାରୀର ବୀରତ୍ୱର ଗାଥା ର ଉଦାହରଣ ଦେଇ ଛାତ୍ରୀ ମାନଙ୍କୁ ସାହସୀ ହେବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟାପକ ଶ୍ରୀ ଅର୍ଜ୍ଜୁନ ପଣ୍ଡା, ରଘୁନାଥ ରେଡ୍ଡୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *