ମୁନିଗୁଡା ର ଯେତିକି ଆବର୍ଜନା ସାହି ସାହି ରେ ହେଉଛି, ତାହା ପରିବେଶକୁ ଦୂଷିତ କରୁଛି

ଗାଁ ନିର୍ମଳ ଧୋବା ତୁଠରୁ।
ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସଚେତନ ହୁଅ ସରକାର”। ସାଧାରଣ ନାଗରିକ ମାନେ ସ୍ୱଛତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଏକ ସୁସ୍ଥ ଗ୍ରାମ, ପଞ୍ଚାୟତ ଅଞ୍ଚଳ, ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିର ପରିସର ପାଇଁ ସ୍ଵଛତାର ଆବଶ୍ୟକତା ଅଛି। ପ୍ରତ୍ୟକ ଅଞ୍ଚଳରେ, ସରକାରୀ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ଜନସାଧାରଣ ମାନଙ୍କ ପ୍ରଚେଷ୍ଟାରେ ଏକ ସୁସ୍ଥ ଓ ନିର୍ମଳ ପରିବେଶ ସୃଷ୍ଟି ହେଇପାରିବ।

କିନ୍ତୁ ଏହାର ନେତୃତ୍ୱ ନେବା ହେଉଛି ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ ଅଫିସର ମାନଙ୍କର। ସେ ଯାହାବି ହେଉ
ମୁନିଗୁଡା ର ଯେତିକି ଆବର୍ଜନା ସାହି ସାହି ରେ ହେଉଛି, ତାହା ପରିବେଶକୁ ଦୂଷିତ କରୁଛି। ଗୌଡ଼ସାହି ଶିବମନ୍ଦିର ସାମ୍ନାରୁ ସିନେମା ହଲ ରାସ୍ତା ପର୍ଯ୍ୟନ୍ତ ଏବଂ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଅଳିଆ ଆବର୍ଜନାରେ ଭର୍ତ୍ତି ହେଇଯାଇଛି। ସଫେଇ କାର୍ଯ୍ୟର ଆବଶ୍ୟକତା ଅଛି। ସ୍କୁଲ ଏବଂ ମନ୍ଦିର ପରିସର ଏଥିରୁ ବାଦ ପଡ଼ିନାହିଁ। ବର୍ଷାଦିନେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବା ସମୟରେ ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ଗୋଡଖସି ଯିବାରୁ ତଳେ ପଡିଯାଉଛନ୍ତି।


ମୁନିଗୁଡା ପଞ୍ଚାୟତ କାର୍ଯ୍ୟଳୟର “ପରିମଳ ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତ” ଡିଣ୍ଡିମ ପିଟୁଥିବା ସରକାରୀ ବାବୁ ମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ମୁନିଗୁଡାରେ ୩୦୦୦୦ ଜନସାଧାରଣ ବସବାସ କରନ୍ତି। ସେମାନଙ୍କ ନିର୍ବାଚିତ ପ୍ରତିନିଧି ହେଉଛନ୍ତି ସରପଞ୍ଚ। ନିକଟତମ ସରକାରୀ ଅଧିକାରୀ ହେଉଛନ୍ତି ବି.ଡ଼ି.ଓ.। ଏହି ଅଞ୍ଚଳର ବଡଦାଣ୍ଡରେ ରଥଯାତ୍ରା ହୁଏ। ଏଥିପାଇଁ ଏହି ଅଞ୍ଚଳର ପାଖଆଖ ଗ୍ରାମରୁ ରଥ ଦେଖିବା ପାଇଁ ବହୁ ଲୋକ ରୁଣ୍ଡ ହୁଅନ୍ତି।

ଏବେ ହଇଜା ମହାମାରୀ ରୋଗ ବଢୁଅଛି। ସରକାରଙ୍କର ସଫେଇ କାର୍ଯ୍ୟ, ସ୍ଵଛ ପିଇବା ପାଣି ଏବଂ ଉତ୍ସବ ପରିଚାଳନା ପାଇଁ ଅର୍ଥରାଶିର ବଜେଟ ଅଛି। କିନ୍ତୁ ଏହାର ସଦୁପଯୋଗ ନ କରି ଫଲସ ଵିଲ କରି ପଞ୍ଚାୟତ କାର୍ଯ୍ୟାଳୟ କର୍ମଚାରୀ ମାନେ ଏହାକୁ ନେଇ ଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଠାରେ ଆମ କ୍ୟାମେରା ଟିମ ମୁନିଗୁଡାରେ ପଡି ରହିଥିବା ଅଳିଆ ଓ ଆବର୍ଜନାକୁ ଦର୍ଶାଉଅଛି। ଏହାହିଁ ହେଉଛି ଏହି ଷ୍ଟୋରୀର ସାକ୍ଷୀ ଓ ପ୍ରମାଣ।
ମୁନିଗୁଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆନନ୍ଦ ରାଓଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *