ମୂଲ୍ୟବାନ କଠା ଓ କାଠ କାମ ଉପକରଣ ଜବତ ସହ ୧ ଜଣେ ଗିରଫ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ନାରାୟଣ ପ୍ରସାଦ ସେକ୍ସନ ଭଟ୍ଟାଗୋରା ଗ୍ରାମରେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ବହୁ ମୂଲ୍ୟବାନ କାଠ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗରିଫ କରାଯାଉଛି l କୌଣସି ସୂତ୍ରରୁ ସୂଚନା ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ ଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ର ଏକ ଟିମ୍ ବୁଧବାର ଦିନ ଅପରାହ୍ନ ଚାରିଟା ସମୟ ରେ କଣ୍ଟାମାଳ ରେଞ୍ଜ ନାରାୟଣ ପ୍ରସାଦ ସେକ୍ସନ ର ଭଟ୍ଟାଗୋରା ଗ୍ରାମର ଲକ୍ଷ୍ମୀକାନ୍ତ ମଲ୍ଲିକ ଘରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ରେ ତାଙ୍କ ଘରେ ୬ ଖଣ୍ଡ ଶାଳ ଗଣ୍ଡି, ଏକ ଖଣ୍ଡ ପିଆଶାଳ ଗଣ୍ଡି ଓ ୧୩ ଖଣ୍ଡ ଚୌକାଠ ସମେତ ମୋଟ୍ ୪୪.୩୭୩୮ ସେପ୍ଟୀ କାଠ ଜବତ କରିବା ସହିତ କାଠ କାମ ରେ ବ୍ୟବହୃତ ଗୋଟିଏ ଭାଇସ,୪ ଗୋଟି ହାତ କରତ, ଗୋଟିଏ ରଞ୍ଜା, ଗୋଟିଏ ହାମର୍, ୨ ଟି ବିନ୍ଧାଣି, ଗୋଟିଏ କଟର ଓ ଗୋଟିଏ ଡ୍ରିଲ ମେସିନ୍ ଜବତ୍ କରିଛି ବନ ବିଭାଗ l ବିନା ଲାଇସେନ୍ସ ରେ ଘରେ କରତ କାମ କରୁଥିବାରୁ ଲକ୍ଷ୍ମୀକାନ୍ତ କୁ ବନ ବିଭାଗ ଗିରଫ କରିଛି l ଏହି ଚଢ଼ାଉ ରେ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ, ବୌଦ୍ଧ ଏସିଏଫ୍ ଆଶିଷ କହଁର, ମିନାକ୍ଷୀ କୂମୁରା, ବୌଦ୍ଧ ରେଞ୍ଜ ଅଧିକାରୀ ମନମୁଣ୍ଡା ରେଞ୍ଜ ଅଧିକାରୀ, କଣ୍ଟାମାଳ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ, ବନପାଳ,ବନରକ୍ଷୀ ଓ ବନ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ l ଏନେଇ ବନ ବିଭାଗର ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ନାରାୟଣ ପ୍ରସାଦ ବନପାଳ ବରୁଣ ମୁଖି ସୂଚନା ଦେଇଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *