ମୃତ୍ତିକାକୁ ନେଇ ବ୍ୟବସାୟ

 

“ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ଆମ ଗୌରବମୟ ଐତିହ୍ୟର ପ୍ରତୀକ।
୧୩ ରୁ ୧୯ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ। ଦିବା ୧୧ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌।
ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହବ।
୩ କୋଟିରୁ ଅଧିକ ବିଜିନେସ୍ ଲକ୍ଷ୍ୟ ରଖିଛି ସରକାର।
ଏହି ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଗୋଟିଏ ସ୍ଥାନରେ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ହସ୍ତଶିଳ୍ପୀମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ ।

“ବାର୍ଷିକ ଟେରାକୋଟା ପ୍ରଦର୍ଶନୀ:ମୃତ୍ତିକା” ୧୩ ରୁ ୧୯ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ । ଚଳିତଥର ୨୧୦ଟି ଷ୍ଟଲ୍ ଖୋଲିଛି । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ । ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୩୫୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ବିଜିନେସ୍ ହେବ ବୋଲି ଆକଳନ କରାଯାଇଛି । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଥିମ୍ ପ୍ୟାଭିଲିୟନରେ ପାରମ୍ପରିକ ଠାରୁ ଆଧୁନିକ ସୌଖୀନ ଉପକରଣ ପର୍ଯ୍ୟନ୍ତ ଟେରାକୋଟା ହସ୍ତଶିଳ୍ପର ଯାତ୍ରାକୁ ପ୍ରଦର୍ଶନ କରାଯାଇଛି ।


ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଉପ-ନିର୍ଦ୍ଦେଶକ ମାନଗୋଵିନ୍ଦ ଜେନା, ମାନ୍ୟବର ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆମ ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି ।

ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୧ଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଏକ ଅତ୍ୟନ୍ତ ପୁରାତନ ହସ୍ତଶିଳ୍ପ । ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀମାନଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ ସହିତ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା, ସାମଗ୍ରୀ ପରିବହନ ପାଇଁ ଖର୍ଚ୍ଚ ଆଦି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ପ୍ରଦାନ କରାଯାଉଛି ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡଙ୍ଗୀ ଙ୍କ ରିପୋର୍ଟ୍, ଫଟୋ ନ୍ୟୁଜ ଟାଇମସ୍।

Leave a Reply

Your email address will not be published. Required fields are marked *