ମେଟାଲ୍ ବୋଝେଇ ହାଇୱ। ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା

ମେଟାଲ୍ ବୋଝେଇ ହାଇୱ। ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ୍ଯୁବରଣ କରିଛନ୍ତି। ଅନ୍ଯ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ଯଚିକିତ୍ସିଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ବାଇକ୍ ଆରୋହୀ ଜଣକ ହେଲେ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ବିଶ୍ବାଳ ତାଣ୍ଡି। ଏଭଲି ଦୁର୍ଘଟଣା ରାୟଗଡା ଥାନା ଅନ୍ତର୍ଗତ ଜପାଖାଲ ନିକଟରେ ଘଟିଛି। ୧୨ଟା ସମୟରେ ମୃତ ବିଶ୍ବାଳ ତାଣ୍ଡି ଓ ତାଙ୍କ ସଂପର୍କିୟ ଅକ୍ଷୟ ସିମିଲି ରାୟଗଡା ରୁ ଟିକିରି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ହାଇୱ। ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବିଶ୍ବାଳ ମୃତ୍ଯୁବରଣ କରିଥିଲେ। ପରେ ସ୍ଥାନୀୟ ଲୋକେ ଗୁରୁତର ଅକ୍ଷୟ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ଯଚିକିତ୍ସିଳୟରେ ଭର୍ତ୍ତି କରିଥିଲେ ବର୍ତ୍ତମାନ ଅକ୍ଷୟଙ୍କ ଅବସ୍ଥା ସଂକଟାପୂର୍ଣ ଅଛି। ଘଟଣା ସ୍ଥଳରେ ଚାପ ଉତେଜନା ଅଛି। ଏନେଇ ରାୟଗଡା ଟାଉନ୍ ଥାନା ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *