ରାୟଗଡ଼ା ମେରା ୟୁବ ଭାରତ ରାୟଗଡ଼ା ଶାଖା ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ରାୟଗଡ଼ା ଜିଲ୍ଲା ମେରା ୟୁବ ଭାରତ ରାୟଗଡ଼ା ଶାଖା ର ଯୁବ ଅଧିକାରୀ ଏ. ଭି. ନରସିଂହା କୁମାର ଟି ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଅଛି।

ସେ କହିଛନ୍ତି କି ଯେ ଆସନ୍ତା କାଲି ହେବାକୁ ଥିବା ଜାତୀୟ ଭୋଟ ଦିବସରେ ରାୟଗଡ଼ା ଜିଲ୍ଲା ପ୍ରଶାସନର ସହଯୋଗରେ ‘ମେରା ଯୁବା ଭାରତ’ (MYB) ଦ୍ଵାରା ଜାତୀୟ ଭୋଟର ଦିବସ ପଦଯାତ୍ରା ଆୟୋଜିତ ହେବାକୁ ଯାଉଅଛି । ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ମେରା ଯୁବ ଭାରତ ସ୍ଵେଚ୍ଛାସେବୀମାନେ ରାଲି/ପଦଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ମେରା ଯୁବ ଭାରତ ଅଧିକାରୀ ଶ୍ରୀ ଏ. ଭି. ନରସିଂହା ଟି କହିଛନ୍ତି। ତାହା ସହ ୧୮ ବୟସ ରୁ ଉର୍ଦ୍ଧ ଯୁବକ ଯୁବତୀ ମାନେ ତାଙ୍କ ଭୋଟ ଦେବାର ମୌଳିକ ଅଧିକାର କିପରି ପାଇବେ କିମ୍ୱା ଜାଣିପାରିବେ ତାହା ଜରୁରୀ ଅଟେ କହିଛନ୍ତି।

ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖ୍ ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖୁବୁ ତଥା ମୁକ୍ତ, ଅବାଧ, ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମା କୁ ଅକ୍ଷୁର୍ଣ୍ଣ ରଖ୍, ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନ ରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନ ରେ ନିଜ ମତାକାର ର ପ୍ରୟୋଗ କରିବୁ ବୋଲିମତଦାତାଙ୍କ ସଂକଳ୍ପ ଦେଇଥିଲେ।ଗଣତନ୍ତ୍ର ପ୍ରକ୍ରିୟାରେ ମତଦାତାଙ୍କୁ ଅଧିକରୁ ଅଧୂକ ସଂଶ୍ଲିଷ୍ଟ କରିବା ନିମିତ୍ତ ଏହି ଦିବସ ପାଳିତ ହେଉଛି ବୋଲି ଶ୍ରୀ ଏ. ଭି. ନରସିଂହା ଟି କହିଥିଲେ।
