ମୋ ବାପାଙ୍କର ହଳେ ପ୍ରଜାପତିଆ ନିଶ ଅଛି

ତମେ କିଏ ପଚାରିଲେ କୁହନ୍ତି “ମୋ ବାପାଙ୍କର ହଳେ ପ୍ରଜାପତିଆ ନିଶ ଅଛି”।ନିଜର ବାପାଙ୍କ ନାମରେ ପରିଚୟ ପାଇଥିବା ବ୍ୟକ୍ତି ହେଉଛନ୍ତି ସଂତୃପ୍ତ ମିଶ୍ର। ତାଙ୍କର ବାପା ମନମୋହନ ମିଶ୍ର। ହେଉଛନ୍ତି ପୂର୍ବତନ ପ୍ରଫେସର ତଥା ବାମପନ୍ଥୀ ନେତା। ଶ୍ରୀ ଶତୃପ୍ତ ତାଙ୍କ ବାପାଙ୍କ ନାମରେ ପରିଚୟ ସୃଷ୍ଟି କରି ବହୁ କମ୍ପାନୀ ଏବଂ ସରକାରଙ୍କ ମଧ୍ୟ ରେ ମଧ୍ୟସ୍ତି ପାଲଟିଛନ୍ତି। ସେ ବର୍ତମାନ ୟୁ-ଟୁବ ମାଧ୍ୟମାରେ ନିଜର ପ୍ରଚାର ଚଳାଇଛନ୍ତି। ଉଦେଶ୍ୟ ହେଉଛି ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେବା। ସେ ଖଣି,ପାଣି ଏବଂ ପ୍ରଦୂଷଣ ଆଦି ଦୁର୍ନୀତି ର ଦାଗ ଲିଭାଇବାରେ ବହୁ ଫର୍ମୁଲା ସାଇତି ରଖିଛନ୍ତି। ସେ ଯାହାବି ହେଉ, ରାଜ୍ୟସଭା କୁ ସେ ଯଦି ବିଜେଡି ଦଳ ତରଫରୁ ଯାଆନ୍ତି ,ଶଙ୍ଖ ଦଳ ପରିବର୍ତ୍ତେ,ସୁଜିତ କୁମାରଙ୍କ ଭାଳି କାର୍ଯ୍ୟ କରିବେ ବୋଲି ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ହେଉଛି। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

ଆମେ ବିଗତ ଦିନରେ ସଂତୃପ୍ତ ମିଶ୍ର ଏବଂ ସୁଜିତ କୁମାରଙ୍କ ଭାଳି ବିଜେଡି ନେତାଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଅଛୁ। ମୁନା ଖାନଙ୍କ ଭଳି ମଧ୍ୟ ବିଜେଡି ଦଳରେ ରାଜ୍ୟସଭା ଏମ ପି ମାନେ ଅଛନ୍ତି।ଶଙ୍ଖ ଦଳ କୁ ଭଲପାଉଥିବା ନେତାମାନେ ମଧ୍ୟ ରାଜ୍ୟସଭାକୁ ଗଲେ ଦଳର ଟେକ ରଖିବେ। ଏଭଳି ବ୍ୟକ୍ତି ମାନେ ହେଉଛନ୍ତି ଅତନୁ ସାବ୍ୟସଚି ନାୟକ, ଦେବି ମିଶ୍ର ଓ ବିଜେଡି ଦଳରେ ହାରିଥିବା ସତ୍ୟନାରାୟଣ ପ୍ରଧାନ ଆଦି ନେତା ମାନେ। ଅନ୍ତତଃ ପକ୍ଷେ ଏମାନେ ବିକ୍ରି ହେବେନାହିଁ ଓ ବିଜେଡି ଦଳପାଇଁ ଦିଲ୍ଲୀରେ ନିଜର ସ୍ୱର ଉତୋଳନ କରିବେ। ଏହା ଆମର କେବଳ ନିଜସ୍ୱ ମତ ନୁହେଁ, ଏହା ଏକ ସର୍ଭେ ରିପୋର୍ଟ ରୁ ଜଣା ଯାଏ।ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *