ଯବାନଙ୍କ ଆତ୍ମହତ୍ୟା

 

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ସିଆରପିଏଫ୍ ୨୧୬ ବେଟାଲିୟନ କେମ୍ପ୍ ରେ କାର୍ଯ୍ୟରତ ଜଣେ ଯବାନ ନିଜ ସର୍ଭିସ୍ ଗନ ରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି।କରାଣ ଅସ୍ପଷ୍ଟ। ଖଡିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗ୍ରାମର ଗୋପୀନାଥ ଶବର ନାମକ ଯବାନ ସିଆରପିଏଫ କେମ୍ପ ରେ କାର୍ଯ୍ୟ କରୁଥିଲେ।

ଆଜି ସେ ନିଜ ସର୍ଭିସ୍ ଗନ ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଗୋଟିଏ ଝିଅ ଗୋଟିଏ ପୁଅ ରହିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀ ଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପରିବାର ସହ ଘଟଣା ସ୍ଥଳକୁ ଯାଇଛନ୍ତି।

ଆତ୍ମହତ୍ୟା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଅଛି। ଘଟଣା ସ୍ଥଳ କୁ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଘଟଣା ତଦନ୍ତ ଚାଲିଥିବା ବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷ ରୁ ପ୍ରକାଶ କରିଛନ୍ତି।

ବାସ୍ତବ କ୍ଷେତ୍ରରେ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କୁ ଆବଶ୍ୟକ ଛୁଟି ଦେବା ଉଚିତ। ସେମାନଙ୍କ ମନବଳ ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ଉଚ୍ଚ କତୃପକ୍ଷ ସମୀକ୍ଷା ନକରିବା ଯୋଗୁଁ ଏହିଭଳି ଆତ୍ମହତ୍ୟା ଘଟଣା ମାନ ଘଟିଥାଏ। ଏହା ଏକ ମାନବ ଅଧିକାରକୁ ଚପାଇ ଦେବାର ପ୍ରୟାସ ମାତ୍ର। ଏହି ଘଟଣାର ତଦନ୍ତ ସହିତ ଏଭଳି ଘଟଣା ଯେମିତି ପୁନରାବୃତ୍ତି ନହୁଏ ସେଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ଅଛି।


ନୂଆପଡାରୁ ତପନ ଦାସ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *