ଯୁବତୀ ଚାଲାଣକରୀ ଗିରଫ । ୪ ଅଭିଯୁକ୍ତ ଫେରାର ଅଛନ୍ତି।ଦୁଇ ଯୁବତୀ ଉଦ୍ଧାର।
ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ବୌଦ୍ଧ ର ଯୁବତୀ ଏବଂ ଏମାନଙ୍କୁ ଚାଲାଣ କରୁଥିଲେ ଗୋଟିଏ ୫ ଜଣିଆ ରାକେଟ । କଲେଜ୍ ଝିଅ ମାନଙ୍କୁ କଲେଜ ଗଲା ବାଟରେ ଅପହରଣ କରି ସେଠାରୁ ତାଙ୍କୁ ନେଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଏବଂ ମୋଟା ଅଙ୍କର ଅର୍ଥ ନେଉଥିଲେ। ଗତ ୧୪ ତାରିଖ ଦିନ ମନମୁଣ୍ଡା ପୋଲିସ ଗୋଟିଏ ଅଭିଯୋଗ ପାଇଥିଲା। ଗୋଟିଏ କଲେଜ ଯୁବତୀଙ୍କୁ ୫ ଜଣ ବ୍ୟକ୍ତି ଅପହରଣ କରି ନେଉଥିବା ବେଳେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଜଣେ ଅପହରଣ କରି ବ୍ୟକ୍ତି ତାଳପଦର ଗ୍ରାମର ସମ୍ବାରୁ ଜଗଦଳା ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୪ ଅଭିଯୁକ୍ତ ସେଠାରୁ ଫେରାର ମାରିଥିଲେ ।

ଏଥି ସହିତ ଉକ୍ତ ଯୁବତୀ ଙ୍କୁ ମଧ୍ୟ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ଛାଡ଼ି ଦିଆଯାଇଛି। ତେବେ ପୋଲିସ ସମ୍ବାରୁ ଙ୍କୁ ଗିରଫ କରି ତଦନ୍ତ କରିବାରୁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ୫ ଜଣ ବ୍ୟକ୍ତି ଆଉ ଜଣେ ଯୁବତୀ ଙ୍କୁ ଅପହରଣ କରି ରାଜସ୍ଥାନ ରେ ବିକ୍ରି କରି ଦେଇଥିବା ଜଣା ପଡ଼ିଥିଲା। ତେବେ ବୌଦ୍ଧ ପୋଲିସର ଏକ ଟିମ୍ ରାଜସ୍ଥାନ ଯାଇ ଉକ୍ତ ଯୁବତୀ ଙ୍କୁ ଉଦ୍ଧାର କରିଥିବା ବେଳେ ଯୁବତୀ ଙ୍କୁ କିଣିଥିବା ବ୍ୟକ୍ତି ରାଜସ୍ଥାନ ର ଈଶ୍ୱର ବ୍ୟାସ କୁ ମଧ୍ୟ ଗିରଫ କରିଛି।

ତେବେ ଏହି ଯୁବତୀ ଚାଲାଣକାରୀ ମାନେ ନିୟମିତ ଭାବେ ଏହି କାର୍ଯ୍ୟ କରୁଥିବା ଜଣାପଡିଛି ଏବଂ ଗିରଫ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଆଣି ଅଧିକ ତଥ୍ୟ ଆଦାୟ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି SDPO ଲାରେନ ରାଉତରାୟ। ତେବେ ଏମାନେ ଆଉ କେତେ ଜଣ ଯୁବତୀଙ୍କୁ ଏହି ଭଳି ଭାବେ ଅପହରଣ କରି ଅନ୍ୟ ରାଜ୍ୟରେ ବିକ୍ରି କରିଛନ୍ତି ସେ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏମାନେ ନିଜେ ଏଭଳି କାର୍ଯ୍ୟ କରୁଥିଲେ ନା ଏହା ପଛରେ ଆଉ କିଏ ରହିଛି ସେ ଦିଗରେ ତଦନ୍ତ କରିବାର ଆବଶ୍ୟକତା ରହିଛି । ପୋଲିସ ଏଭଳି ଏକ ଅମାନୁଷିକ ଅପରାଧ କୁ ସହଜରେ ନେବା ଉଚିତ ନୁହଁ। ରାଜ୍ୟ ସରକାର ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଏଥିରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାର ଆବଶ୍ୟକତା ଅଛି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
