ଯୁବଶକ୍ତି ମାନଙ୍କ ପାଇଁ କ୍ରୀଡା

 

ଦୃଷ୍ଟି ବାଧିତ T-20 ବିଶ୍ବକପ୍-୨୦୨୫ ଚାମ୍ପିୟନ ଟିମ୍‌ର ପ୍ରତିଭାବାନ୍ ଓଡ଼ିଆ କ୍ରିକେଟର ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାର୍ଣ୍ଡି ଉତ୍ତମ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ଯ ପାଇଁ ଗୌରବ ଅର୍ଜନ କରିଛନ୍ତି। ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ପ୍ରତିଭାବାନ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି।

ଏଥିସହ ଦୃଷ୍ଟି ବାଧିତ T-20 ବିଶ୍ବକପ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଏହି ଐତିହାସିକ ବିଜୟ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

T-20 ବିଶ୍ୱକପ ୨୦୨୫ ର ମ୍ୟାଚ ମଧ୍ୟ ଯୁବପିଢ଼ିକୁ ଉତ୍ସାହିତ କରିଅଛି। ସ୍କୁଲ ସମୟରୁ ଖେଳରେ ଥିବା ପ୍ରତିଭା ଏହାଦ୍ୱାରା ଲୋକ ଲୋଚନକୁ ଆସିପାରିବ। ସରକାରଙ୍କର ଏହି କାର୍ଯ୍ୟ ଖେଳପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।


ଭୁବନେଶ୍ୱରରୁ ଅମ୍ଲାନ ଦାସ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *