ଯୋଜନା ମାଳମାଳ କିନ୍ତୁ ବିଫଳ ସରକାର

 

ମ୍ୟାଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ। ଜିଲାରେ ସ୍କୁଲ ହଷ୍ଟେଲର ପିଛା ଛାଡ଼ୁନି ମ୍ୟାଲେରିଆଜନିତ ମୃତ୍ୟୁ। ସରକାରଙ୍କ ଯୋଜନା ମାଳମାଳ କିନ୍ତୁ ବାସ୍ତବର କ୍ଷେତ୍ରରେ ଏହା ଉପଯୋଗ ହେଉନାହିଁ। କେବଳ ହଷ୍ଟେଲ ପରିଚାଳନାରେ ତୃଟି ଯୋଗୁଁ ଘଟୁଛି ଏଭଳି ଘଟଣା ବୋଲି ବିଶ୍ୱାସ କରିବା ଉଚିତ ନୁହଁ। ଏହା ଏକ ସରକାରଙ୍କର ବିଫଳତା। ରାୟଗଡ଼ା ଜିଲା ସଦର ବ୍ଲକ ବାଇସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମ୍ୟାଲେରିଆ ଆକ୍ରାନ୍ତରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି।ମୃତ ଛାତ୍ରୀ ଜଣକ ହେଲେ ନନ୍ଦିନୀ ତାଡ଼ିଙ୍ଗି(୯)।

 

ସୂଚନା ଅନୁଯାଇ ଶିକ୍ଷା ବିଭାଗର ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ନନ୍ଦିନୀ।ତେବେ ବୁଧବାର ଦିନ ନନ୍ଦିନୀଙ୍କୁ ଜ୍ୱର ହୋଇଥିବାରୁ ବିଦ୍ୟାଳୟରେ ମ୍ୟାଲେରିଆ କିଟ୍ ମାଧ୍ୟମରେ ତାଙ୍କର ପରୀକ୍ଷା କରାଯାଇଥିଲା।ଉକ୍ତ ପରିକ୍ଷାରେ ମ୍ୟାଲେରିଆ (P) ବାହାରିବାରୁ ରାୟଗଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା।ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ପୁନର୍ବାର ରକ୍ତ ପରୀକ୍ଷା କରିବାରୁ ରକ୍ତ ନମୁନାରେ ମ୍ୟାଲେରିଆ ପଜିଟିଭ୍ ରିପୋର୍ଟ ଆସିଥିଲା । ସେଠାରେ ନନ୍ଦିନୀକୁ ଆବଶ୍ୟକିୟ ଔଷଧ ପ୍ରଦାନ କରି ବିଦ୍ୟାଳୟ ହଷ୍ଟେଲକୁ ପଠାଯାଇଥିଲା।ଉକ୍ତ ସୂଚନା ପାଇ ସନ୍ଧ୍ୟାବେଳେ ନନ୍ଦିନୀର ପିତା ରାଜାରାଓ ହିମିରିକା ବିଦ୍ୟାଳୟକୁ ଆସି ତାକୁ ଘରକୁ ନେବା ପାଇଁ ଅନୁମତି ମାଗିଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ଅନୁମତି କ୍ରମେ ଏକ ଲିଖିତ ଦରଖାସ୍ତ ହଷ୍ଟେଲ କର୍ତୃପକ୍ଷଙ୍କୁ ଦେଇ ନନ୍ଦିନୀକୁ ନିଜ ଗ୍ରାମ ଡାଙ୍ଗଯୋଡିକୁ ନେଇ ଆସିଥିଲେ।ଘରକୁ ଆଣିବାର ୨୪ ଘଂଟା ପରେ ବିଳମ୍ବିତ ରାତ୍ରୀରେ ନନ୍ଦିନୀ ମୃତ୍ୟୁବରଣ କରିଥିବା ନେଇ ପରିବାରବର୍ଗ ବିଦ୍ୟାଳୟ କତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲା ମଙ୍ଗଳ ଅଧିକାରୀ ଅସୀମା ରାଓ ରାୟଗଡ଼ା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରକାଶ କୁମାର ନାୟକଙ୍କୁ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ଘଟଣାରେ ବ୍ଲକ ସଂପ୍ରସାରଣ ଅଧିକାରୀ ନାୟକ ତଦନ୍ତ କରିଥିବା ଜଣାପଡିଛି ।

ତେବେ ହଷ୍ଟେଲ କତୃପକ୍ଷ ନନ୍ଦିନୀଙ୍କୁ ମେଡ଼ିକାଲରେ ଚିକିତ୍ସା ନକରାଇ ପରିବାରବର୍ଗଙ୍କୁ କାହିଁକି ହସ୍ତାନ୍ତର କରିଦେଲେ ତାହା ତଦନ୍ତସାପେକ୍ଷ । ଅନ୍ୟପଟେ ପରିବାରବର୍ଗ ନନ୍ଦିନୀଙ୍କୁ ମେଡ଼ିକାଲରେ ଭର୍ତି ବଦଳରେ ଗାଁରେ ପାରମ୍ପରିକ ଚିକିତ୍ସା କରାଇଥିଲେ । ଫଳରେ ନନ୍ଦିନୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ସେ ମୃତ୍ୟୁବରଣ କରିଥିଲେ । ତେବେ ମଙ୍ଗଳ ବିଭାଗ ଅଧିକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ବିଦ୍ୟାଳୟ କତୃପକ୍ଷ ଛାତ୍ରୀଛାତ୍ରଙ୍କୁ ମେଡ଼ିକାଲ ବଦଳରେ ଘରକୁ ପଠାଇ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ପାଲ କହିଛନ୍ତି ଗୁରୁବାର ରାତିରେ ନନ୍ଦିନୀଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ଫୋନ କରିଥିଲେ । ଖବରପାଇବା ପରେ ତୁରନ୍ତ ନନ୍ଦିନୀଙ୍କୁ ଡାକ୍ତରଖାନାକୁ ଆଣିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଆଣିନଥିଲେ ଯାହା ଫଳରେ ନନ୍ଦିନୀର ମୃତ୍ୟୁ ହୋଇଯାଇଥିଲା ।

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କହିଛନ୍ତି ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ ଏବଂ ତଦନ୍ତ ପରେ ଯଦି କାହାର ତୃଟି ଦେଖାଗଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାୟଗଡାରେ ପଞ୍ଚମ ଶ୍ରେଣୀ ଛାତ୍ରର ମ୍ୟାଲେରିଆ ଜ୍ବରରେ ମୃତ୍ୟୁ ହୋଇଥିବା ଘଟଣାର ପ୍ରତିକ୍ରିୟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶୁଣନ୍ତୁ ସେ କଣ କହିଛନ୍ତି। ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି କମଲ ଲୋଚନଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *