ରାୟଗଡ଼ା ସହରରେ ଅବସ୍ଥିତ ଏଚ.ଡି. ଏଫ. ସି. ବ୍ୟାଙ୍କ ର ରାୟଗଡ଼ା ଶାଖା ତରଫରୁ ରକ୍ତଦାନ ଶିବିର ଆୟୋଜିତ।
ରାୟଗଡ଼ା ସହରରେ ଅବସ୍ଥିତ ବ୍ରାଞ୍ଚ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି।

ଏହି ରକ୍ତ ଦାନ ଶିବିରରେ ବହୁ ମାତ୍ରାରେ ସମାଜ ସେବୀ ମାନେ ଯୋଗଦାନ କରି ରକ୍ତ ଦାନ କରିଥିଲେ। ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଏଚ.ଡି.ଏଫ. ସି. ରାୟଗଡ଼ା ବ୍ରାଞ୍ଚ ତରଫରୁ ବି.ଏମ. ଜମୁଲା ପାତ୍ର ଓ ଅନ୍ୟ ଆୟୋଜକ ଶୈଳଜା ଲେଙ୍କା ଏବଂ ଶରତ ତାକିଟି ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରାୟଗଡ଼ା ଜିଲ୍ଲା ବ୍ରାଞ୍ଚ ତରଫରୁ ରକ୍ତ ଦାନ ଏକ ମହତ୍ ଦାନ ଅଟେ। ଏହି ଶିବିର ଆୟୋଜିତ କରିବା ଦ୍ଵାରା ରକ୍ତ ଅଭାବ ରୁ କିଛି ମାତ୍ରାରେ ଲୋକ ଉପକୃତ ହେବା ସହିତ ଏହି ରକ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷିତ ଭାବରେ ରଖିବା ପାଇଁ ସ୍ଥିର କରାଯାଇଥିଲା । ଏହା ଏକ ଭଲ ଖବର।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
