ଆମର ଏହି ନ୍ୟୁ ଜ ସିଗ୍ମେଣ୍ଟ ହେଉଛି “ସମ୍ପର୍କର ଡୋର”ରଜପର୍ବ ହେଉଛି ଓଡ଼ିଶାର ଗଣପର୍ବ ।ଆମ କ୍ୟାମେରା ଟିମ ଏହି ରଜପର୍ବ ପାଳନକୁ କ୍ୟାମେରା ମାଧ୍ୟମରେ ରାଜଗାଙ୍ଗପୁର, କଳପଥର, ରାୟଗଡ଼ା ଏବଂ ସୁଦୂର ପୁନେରୁ କ୍ୟାପଚର କରିଛନ୍ତି ।ବିଭିନ୍ନ ସ୍ଥାନରେ ରଜପର୍ବ ପାଳିତ। ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ର ୧ ନଂ କଲୋନୀ ଗେଷ୍ଟ ହାଉସ ନିକଟସ୍ଥ ଆମ୍ବ ବଗିଚା ଠାରେ ଡାଲମିଆ ସିମେଣ୍ଟ କାରଖାନା ର ସର୍ବ ଭାରତୀୟ ଅର୍ଥନୈତିକ ନିର୍ଦେଶକ ଅଶ୍ଵିନୀ ଡାଲମିଆ ଙ୍କ ସହଯୋଗ ତଥା ତାଙ୍କରି ସହଧର୍ମିଣୀ ଶ୍ରୀମତୀ ସଞ୍ଜୁ ଶ୍ରୀ ଡାଲମିଆ ଙ୍କ ତତ୍ବାବଧାନରେ ଓଡ଼ିଶା ର ଗଣପର୍ବ ରଜ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି ।ଏହି ଅବସରରେ ଡାଲମିଆ ସିମେଣ୍ଟ ପରିବାର ଯୁବତୀ, ମହିଳା ରଜପର୍ବ ରେ ସାମିଲ ହୋଇ ବିଭିନ୍ନ ପାରମ୍ପାରିକ ବସ୍ତ୍ର ପରିଧାନ କରି ସଜବାଜ ସହ ଖେଳ ନାଚ ଗୀତ ଗାଇ ଦୋଳି ଖେଳିଥିଲେ ଉକ୍ତ ସ୍ଥାନରେ ସମସ୍ତ ଙ୍କ ପାଇଁ ବିଭିନ୍ନ ପାରମ୍ପାରିକ ପିଠା ଖାଇବାକୁ ଦିଆଯାଇଥିଲା ସନ୍ଧ୍ୟାରେ ଓସିଏଲ ଅଡିଟୋରିୟମରେ ସାଂସ୍କୃତିକ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।
ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର,ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ତୃତୀୟ ବାର୍ଷିକ ଆଞ୍ଚଳିକ ରଜ ମହୋତ୍ସବ କଳା ସଂସ୍କୃତି ସାମାଜିକ ଅନୁଷ୍ଠାନ”ପରଦା ” ଉଦଘାଟନ ହୋଇଛି। ଏଥିରେ ଅନୁଷ୍ଟନର ସଭାପତି ନରେଶ କୁମାର ସାହୁଙ୍କ ସଭାପତିତ୍ବ ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନାରେ ବାଙ୍କୀ ବିକାଶ ମଞ୍ଚର ପ୍ରତିଷ୍ଠାତା ଶୁଭ୍ରାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି,ଉତ୍କଳ ସାମ୍ବାଦିକ ଆସୋସିଏସନ୍ ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ବାଙ୍କୋଈ ଜୋନ ସଭାପତି ଅରୁଣ କୁମାର ସାହୁ, ବାଙ୍କୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଇଁ ସତ୍ୟ ନାରାୟଣ ସାମନ୍ତ,ଓଡିଶା ହାଇକୋର୍ଟ ଆଇନଜୀବୀ ପ୍ରଦୀପ୍ତ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ ସ୍ଵାଇଁ, ସମାଜସେବୀ ସୁଶାନ୍ତ କୁମାର ନାୟକ ସାମ୍ବାଦିକ ପବିତ୍ର ମହାରଥି, ସମାଜସେବୀ ଦୀପକ ବିଶ୍ଵାଳ ଓ ଅଜିତ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ବୋଲି ମତ ପ୍ରକାଶ କରିଥିଲେ।
ସଭାର ପ୍ରାରମ୍ଭ ରେ ମହୋତ୍ସବର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ ଓ ସଦସ୍ୟ ଚନ୍ଦନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଝିଅ ମାନଙ୍କୁ ରଜ ଉତ୍ସବ ପାଳନ ସମ୍ପର୍କ ରେ ଅବଗତ କରାଯାଇଥିଲା. କମିଟି ପକ୍ଷରୁ ରଜପାନସାଙ୍ଗକୁ ପୋଡ଼ ପିଠା ସହ ବିଭିନ୍ନ ପ୍ରକାରର ଓଡ଼ିଆ ଘରର ପିଠା ପ୍ରଦର୍ଶନ ଝୋଟି, ପୁଚିଖେଳ, ଶଙ୍ଖ ଫୁଙ୍କା, ମହିଳା ମାନେ ମ୍ୟୁଜିକ ଚେୟାର, ରଜଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବାଙ୍କିରୁ ଫୋଟୋ ନୂୟୁଜ ଟାଇମ୍ସ ର ସାମ୍ବାଦିକ ଡକ୍ଟର ସୁବିଟ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ।
ମହିଳା ଶକ୍ତି ବାହିନୀ ତରଫରୁ ରଜ ମହୋତ୍ସବ 2025 ବଡ଼ ଧୁମଧାମରେ ରାୟଗଡ଼ା ଟାଉନ ହଲଠାରେ ରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ସୁଶ୍ରୀ ସରସ୍ଵତୀ ମାଝୀ , ଅଧ୍ୟକ୍ଷା ଜିଲ୍ଲା ପରିଷଦ ସମ୍ମାନିତ ଅତିଥି ରୂପେ ସୁଶ୍ରୀ ସସ୍ମିତା ବାଉରୀ ,ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ କୁଲଦୀପ କୁମାର ,(executive officer Rayagada) , ମ୍ୟୁନିସିପାଲଟି, ଦୁଷ୍ମନ୍ତ କୁମାର ମହାନ୍ତି ,ଶିକ୍ଷାବିତ୍ ଉପସ୍ଥିତ ଥିବାବେଳେ ଶକ୍ତି ବାହିନୀ ମହିଳା ଦଳର ସଭାପତି ଶ୍ରୀମତୀ ଶୁଭ୍ରl ପଣ୍ଡା ସମ୍ପାଦକ ମୀନା କୁମାରୀ ରଥ କାର୍ଯ୍ୟକ୍ରମର ପରିଚାଳନା କରି ଥିଲେ ।
କାର୍ଯ୍ୟକ୍ରମ ର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ବଳନ ଦ୍ଵାରା କରାଯାଇଥିଲା, ଅତିଥିମାନେ ମାନେ ରଜ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସଂସ୍କୃତି ଓ ପରମ୍ପରାର ପର୍ବ ରଜକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି। ତ୍କୁନି କୁନି ଝିଅ ମାନଙ୍କର ନୃତ୍ତ୍ୟ ଓ ମହିଳା ମାନଙ୍କର ପିଠା ପ୍ରତିଯୋଗିତା କରାଯାଇଥିଲା।80 ରୁ ଉର୍ଦ୍ଧ ମହିଳା ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ,ଶ୍ରୀମତୀ ରୀତା ରାଣୀ ମିଶ୍ର ମଞ୍ଚପରିଚଳନା କରିଥିଲେ ଏଵଂ ଶେଷରେ ସୌଦାମିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ରାୟଗଡ଼ା ରୁ ସାମ୍ବାଦିକ ମୋନୋରଞ୍ଜନ୍ ଶତପଥୀଙ୍କ ରିପୋର୍ଟ୍।