ରାଜଗାଙ୍ଗପୁର ପାଦଚଲା ଗେଟ୍ ବନ୍ଦ କଲେ ପୋଲିସ ପ୍ରସାଶନ। ରାଜଗାଙ୍ଗପୁର ଡ଼ାକବଙ୍ଗଳାରେ ଘଟିଥିବା ବହୁଚର୍ଚ୍ଚିତ ହତ୍ୟା କାଣ୍ଡ ପରେ ସୁରକ୍ଷା ଦୃଷ୍ଟିକୋଣରୁ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ଙ୍କ ନିର୍ଦ୍ଦେଶନାରେ ପାଦଚଲା ଚୋରା ଖୋଲା ଗେଟ୍ କାନ୍ଥ ଦ୍ବାରା ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଛି। ଉକ୍ତ ଖୋଲା ଗେଟ୍ ଦେଇ କଲେଜ ଛାତ୍ର ଛାତ୍ରୀ ମାନେ ଯିବା ଆସିବ କରନ୍ତି। ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନେଇ ଛାତ୍ରୀମାନଙ୍କୁ ଅଶୀଳ କମେନ୍ଟ ଦିୟନ୍ତି। ଏହି ରାସ୍ତାରେ ସନ୍ଧ୍ୟା ସମୟରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଇଆସୁଛି। ସକାଳ ଓ ନିଲମ୍ବିତ ରାତିରେ ଅସାମାଜିକ ପ୍ରକୃତି ଲୋକଙ୍କର ଏହା ଏକପ୍ରକାର ଆଡ୍ଡାସ୍ଥଳୀ ପାଲଟିଛି। ଏହା ଏକ ନିଶାଦ୍ରବ୍ୟ ସେବନସ୍ଥଳୀ ପାଲିଟିଛି। ଏହାର ପ୍ରତିକାର ପାଇଁ ପୋଲିସ ସଜାଗ ହେବା ଦରକାର। କିନ୍ତୁ ରାଜଗାଙ୍ଗପୁର ପୋଲିସ ଗତକାଲି ପାଦଚଲା ଖୋଲା ଗେଟ୍ ରାସ୍ତାକୁ ଇଟା କାନ୍ଥ କରି ବନ୍ଦ କରିଦେଇଛି। ଏହା ଦ୍ୱାରା ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।
ରାଜଗାଙ୍ଗପୁର ପାଦଚଲା ଗେଟ୍ ବନ୍ଦ କଲେ ପୋଲିସ ପ୍ରସାଶନ
