ରାଜଗାଙ୍ଗପୁର ପୋଲିସ କୁ ମିଳିଲା ବଡ଼ ସଫଳତା। ରାଜଗାଙ୍ଗପୁର ପୋଲିସ ଥାନା ରେ କାର୍ଯ୍ୟରତ ଏସ ଆଇ ଝରଣା ସ୍ଵାଇଁ ବିଶେଷ ସୁତ୍ରରୁ ଖବର ପାଇ ପୋଲିସବଳ ସହ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସୁରୁଡି ଗ୍ରାମ ନିକଟରୁ ସୁବାସ ଛକ ଠାରେ ରହୁଥିବା ଏମ.ଡି. ଇରଫାନ ନିଜର ସ୍କୁଟି ନଂ ଓ.ଡ. -୧୬ – ଏଫ ୧୧୧୨ ରେ ଯାଉଥିବା ସମୟରେ ପୋଲିସ ଗିରଫ କରିଅଛି। ତାଙ୍କ ନିକଟରୁ ୩ କେଜି ୭୧୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ମୋବାଇଲ ଜବତ କରିବାରେ ସଫଳ ହୋଇଛି ପୋଲିସ । ଉକ୍ତ ଯୁବକକୁ ଗାଡି ସହ ଥାନା କୁ ଆଣି ରାଜଗାଙ୍ଗପୁର ପୋଲିସ ଷ୍ଟେସନ କେସ ନଂ ୪୭୮/୨୫ ଏବଂ ଏନଡିପିଏସ ମାମଲାରେ କେସ ରୁଜ୍ଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ରାଜଗାଙ୍ଗପୁର ପୋଲିସ କୁ ମିଳିଲା ବଡ଼ ସଫଳତା
