ରାଜଗାଙ୍ଗପୁର ବିଜେପି ମଣ୍ଡଳ ପୈରପାଳିକା ର ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମଙ୍କ କରକମଳରେ ନୂତନ କାର୍ଯ୍ୟାଳୟ ହିନ୍ଦୁ ଧର୍ମ ଅନୁସାରେ ପୂଜା ଅର୍ଚ୍ଚନା ସହ ଫିତା କାଟି ଆନୁଷ୍ଠାନିକ ଭାବରେ ଶହ ଶହ ବିଜେପି ନେତା କର୍ମୀ, ମହିଳା, ଛାତ୍ର ମୋର୍ଚ୍ଚା ଓ ସ୍ଥାନୀୟ ଜନସାଧାରଣ ଙ୍କ ଉପସ୍ଥିତି ରେ ଉଦଘାଟନ କରାଯାଇଥିଲା।

ଏହି ଅବସରରେ ରାଜଗାଙ୍ଗପୁର ବିଜେପି ମଣ୍ଡଳ ସଭାପତି ରାଜନ୍ ସୋନି, ମହିଳା ମୋର୍ଚ୍ଚା ସଭାପତି ଅନିତା ଭଟ୍ଟାଚାର୍ଯ୍ୟ, ଜିଲ୍ଲା ବିଜେପି ସଭାପତି ଗିରିଶ ଚନ୍ଦ୍ର ସାହୁ, ଜିଲ୍ଲା ବିଜେପି ଉପସଭାପତି ସୁରେନ୍ଦ୍ର ଦେହୁରୀ, ରାହୁଲ ମିଞ୍ଜ, ଶେଖର ଦାହିମା,ବାଣି ବାନାର୍ଜୀ,ଅରବ ଭଦ୍ରକ, ଶ୍ରାବଣୀ ଲହରୀ, ରାଜେଶ୍ ଶର୍ମା ମୁନି ଲାଲ୍ ଗୁପ୍ତା ଉପସ୍ଥିତ ଥିଲେ। ଏମାନଙ୍କ ସହିତ ବହୁ ମହିଳା ମୋର୍ଚ୍ଚା ସଦସ୍ୟ, ବିଜେପି ବରିଷ୍ଠ ନେତା ମହେନ୍ଦ୍ର ମାଝୀ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିଜର ପ୍ରତିକ୍ରିୟାରେ କହିଛନ୍ତି ପଦ ବଡ଼ ନୁହେଁ ସମସ୍ତ ନେତା କର୍ମୀ ମହିଳା ଛାତ୍ର ମୋର୍ଚ୍ଚା ଙ୍କୁ ଦେଶସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ତାଳେ ତାଳେ ନୂତନ କାର୍ଯ୍ୟାଳୟ ନିକଟକୁ ପାଛୋଟି ଆଣି ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ।

ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
