ରାଜଗାଙ୍ଗପୁର ବିଧାୟକ ଙ୍କ ଗଣେଶ ପୂଜା ପରିଦର୍ଶନ।

ରାଜଗାଙ୍ଗପୁର ବିଧାନସଭା ର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ଗତକାଲି ସନ୍ଧ୍ୟାରେ ରାଜଗାଙ୍ଗପୁର ସହର ର ଐତିହାସିକ ପ୍ରସିଦ୍ଧ ଗଣେଶ ପୂଜା ପରିଦର୍ଶନ କରି ଶ୍ରୀଗଣେଶଙ୍କ ଆଶିର୍ବାଦ ଭିକ୍ଷା ମାଗିଥିଲେ। ରାଜଗାଙ୍ଗପୁର ସହର ର ବିକାଶ ଉନ୍ନତି ପ୍ରଗତି ସହ ସହର ର ଭାଇଚାରା ବଜାୟି ଶିଖିବାକୁ ଶ୍ରୀ ଗଣେଶ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମଗ୍ର ସହର ର ପ୍ରସିଦ୍ଧ ଐତିହାସିକ ଗଣେଶ ପୂଜା କମିଟି ସଭାପତି,ବିଶିଷ୍ଟ ବ୍ୟାବସାୟୀ, ମାନ୍ୟଗଣ୍ୟ ବ୍ୟକ୍ତି,ସମାଜସେବୀ, ସ୍ବେଛାସେବୀ ସଂସ୍ଥା, ବରିଷ୍ଠ ନାଗରିକ, ପୁରୁଣା କଂଗ୍ରେସ ନେତା କର୍ମୀ ଙ୍କୁ ସାକ୍ଷାତ କରି ସୁଖ ଦୁଃଖ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଭିନ୍ନ ପୂଜା କମିଟି ପକ୍ଷରୁ ମାନ୍ୟବର ବିଧାୟକ ଙ୍କୁ ଭାବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ। ଏହି ଅବସରରେ ରାଜଗାଙ୍ଗପୁର ଟାଉନ କଂଗ୍ରେସ ସଭାପତି ଦେବରଞନ ବିନୋଦ, ବ୍ଳକ ପ୍ରତିନିଧି ଅରୁଣ ସାମଳ, ବରିଷ୍ଠ ନେତା ଇକବାଲ ମଲ୍ଲିକ,ପବନ ଗଡୋତିଆ, ଜୟପ୍ରକାଶ ବାଦି, ବିଭିନ୍ନ ୱାର୍ଡରୁ ଆସିଥିବା କାଉନସିଲର, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି, ସାଧାରଣ ନାଗରିକଙ୍କ ସହ ପଦଯାତ୍ରା ରେ ସାମିଲ ହୋଇ ବିଭିନ୍ନ ପେଣ୍ଡାଲ ର ପ୍ରସାଦ ସେବନ କରିଥିଲେ।
ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *