ରାଜଗାଙ୍ଗପୁର ଅନ୍ତର୍ଗତ ବଗିଚା ପଡ଼ା ସ୍ଥିତ ଶ୍ରୀ ଗଣେଶ ମନ୍ଦିର ପ୍ରାଙ୍ଗଣରୁ ୧୦୮ ଜଣ ମହିଳା ଏକ କଳଶ ଯାତ୍ରା ରେ ବାହାରି କୁଣ୍ଡୁ ପୋଖରୀ ରେ ପହଞ୍ଚିବା ପରେ କଳଶ ରେ ପବିତ୍ର ଜଳ ନେଇ ଗୋଶାଳା ପଡ଼ା, ସରସ୍ଵତୀ ବିଦ୍ୟାମନ୍ଦିର କଲୋନୀ, ଷ୍ଟେସନ ପଡ଼ା, ଦେଇ ପୁଣି ଗଣେଶ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ଥିଲେ। ମନ୍ଦିର ପ୍ରାଙ୍ଗଣରେ ହୋମ୍ ଯଜ୍ଞ ରେ ଆହୁତି ଦେଲା ପରେ ମହିଳା ମାନଙ୍କ ଦ୍ଵାରା ଏକ ସଂକିର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସଂକିର୍ତ୍ତନ କାର୍ଯ୍ୟକ୍ରମର ଶେଷ ହେବାପରେ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ରାଷ୍ଟ୍ରିୟ ସୁରକ୍ଷା ସଂଘର ପ୍ରାନ୍ତ ପ୍ରଚାରକ ଶ୍ରୀ ମହେଶ୍ୱର ବେହେରା ଉପସ୍ଥିତ ଜନସମାଗମ କୁ ତାଙ୍କ ଉଦବୋଧନରେ ସନାତନ ଧର୍ମ,ସଂସ୍କୃତି,ପରମ୍ପରା, ସାମାଜିକ ବ୍ୟବସ୍ଥା, ତଥା ରାଷ୍ଟ୍ର ପାଇଁ ଦାୟିତ୍ୱ ପ୍ରସଙ୍ଗ କୁ ନେଇ ହିନ୍ଦୁ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ପ୍ରାଞ୍ଚଳ ଭାବେ ଆଲୋକପାତ କରିଥିଲେ। ସାମାଜିକ ସମରସତା, ପାଇଁ ଏକ କୁଟୁମ୍ବ , ଏକ ଦେଉଳ,ଏକ ଜଳାଶୟ,ଏକ ମସାଣି ଉପରେ ଗୁରୁତ୍ୱାରୋପ କରିଥିଲେ।

କହିଥିଲେ ଯେ, ମାଁ ହେଉଛି ଛୁଆର ପ୍ରଥମ ଗୁରୁ, ମାଁ ପ୍ରଥମ ଗୁରୁ ଥିବାରୁ ଛୁଆଙ୍କ ପାଇଁ ପ୍ରଥମ ଶିକ୍ଷା ତାଙ୍କ ମାତୃଭାଷା ରେ ହେଲେ ଛୁଆ ମାନଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ। ଏଣୁ ଆମକୁ ଆମ ସଂସ୍କୃତି ପରମ୍ପରା ଅନୁଯାୟୀ ଆମକୁ ଆମ ବେଶଭୂଷା ଓ ଭୋଜନ ପଦ୍ଧତି କୁ ଅନୁସରଣ କରାଯିବାର ଆବଶ୍ୟକତା ରହିଛି।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।
