ରାଜଗାଙ୍ଗପୁର ସହର ରେ ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ମହମ୍ମଦ ଜୟନ୍ତୀ।


ରାଜଗାଙ୍ଗପୁର ମୁସଲିମ ପଞ୍ଚାୟତ ପକ୍ଷରୁ ପୈରପାଳିକା ଫୁଟବଲ ପଡ଼ିଆ ଠାରେ ମୁସଲମାନ ଙ୍କ ପବିତ୍ର ମହମ୍ମଦ ଜୟନ୍ତୀ ଆଜି ରାଜଗାଙ୍ଗପୁର ତଥା ଜିଲ୍ଲା ପୋଲିସ ପ୍ରସାଶନ ସୁରକ୍ଷା ରେ ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା ପାଳିତ କରାଯାଇ ପୈରପାଳିକା ଫୁଟବଲ ପଡ଼ିଆ ଠାରେ ବିଶ୍ଵ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସହର ର ଭାଇଚାରା ବଜାୟି ରଖିବାକୁ ସମସ୍ତ ଜନସାଧାରଣ ଙ୍କୁ ନିବେଦନ ଓ ସହଯୋଗ ମାଗିଥିଲେ। ଏହି ସଭାରେ ମୁସଲିମ ଧର୍ମଗୁରୁ ଯୋଗଦେଇ ମହମ୍ମଦ ଜୟନ୍ତୀ ଓ ତାଙ୍କର ବାଣୀ ସମ୍ବନ୍ଧ ରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲେ। ଏଥିରେ ରାଜଗାଙ୍ଗପୁର ସହର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ,ସ୍ବେଛାସେବୀ ସଂସ୍ଥା,ରାଜନୈତିକ ଦଳର ନେତା ଓ କର୍ମୀ ଯୋଗ ଦେଇଥିଲେ। ମୁସଲିମ ସଂପ୍ରଦାୟର ଜନସାଧାରଣ ଏବଂ ସାଧାରଣ ନାଗରିକ ମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଲ କୈର, ଏସଡିପିଓ ବିଭୁତି ଭୁଷଣ ଭୋଇ, ଥାନା ଅଧିକାରୀ ବିଜୟ ଦାସ, ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ସହ ସୁରକ୍ଷା ବଳ ସହର ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ଜିଲ୍ଲା ଏସପି ଅମ୍ରିତପାଲ କୈର ଙ୍କ ତତ୍ବାବଧାନରେ ଅନୁଷ୍ଠିତ କରାଯାଇଥିଲା।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *