ରାଜନୈତିକ ଦଳ ଆପ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଦଳର ମହା ସମାବେଶ।

ରାଜନୈତିକ ଦଳ “ଆପ” ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଦଳର ମହା ସମାବେଶ। ଜନ ସାଧାରଣଙ୍କ ମୌଳିକ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତ୍ତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଗଲା। ଏହି ସମାବେଶରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ରାଉତ, କଟକ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପରିଡା, ଉପସଭାପତି ଜିତେନ୍ଦ୍ର ସେନାପତି, ବ୍ଲକ ଯୁବସଭାପତି ସୁନ୍ଦେର କାଡରକା, ଜିଲ୍ଲା ମୋର୍ଚ୍ଚା ସଭାପତି ଟି. ସାଙ୍ଗନା ଏବଂ ଦଳୀୟ କର୍ମୀମାନେ ଦାବୀ ଉପସ୍ଥାପନା କରିଥିଲେ।
ଦାବି ଗୁଡିକ ହେଉଛି ତିନିଷ ୟୁନିୟ ମାଗଣା ବିଜୁଳି, ଯୁବକ- ଯୁବତୀ ମାନଙ୍କୁ ନିଜ ରାୟଗଡା ଜିଲ୍ଲାରେ ଥିବା କମ୍ପାନୀ ମାନଙ୍କରେ ସ୍ଥାଇ ନିଯୁକ୍ତି, ଚିଟ୍ ଫଣ୍ଡ୍ ଟଙ୍କା ଫେରସ୍ତ ଦେବା ଏବଂ ବୟସ୍କ ଓ ଭିନ୍ନକ୍ଷମ ମାନଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବା ଦାବି ରଖିଛନ୍ତି।

Leave a Reply

Your email address will not be published. Required fields are marked *