କନ୍ଧମାଳ ଜିଲ୍ଲାରେ ଜଙ୍ଘଲ ଜନ୍ତୁକୁ ନେଇ ଅଘଟଣ। ସରକାର ହାତୀ ମାନଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ଦେଉଛନ୍ତି। କିନ୍ତୁ ସାପ, ମହୁମାଛି ଓ ଅନାନ୍ୟା ଜଙ୍ଘଲି ଜୀବଜନ୍ତୁଙ୍କ ଦ୍ୱାରା ଆହାତ, ମୃତ ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ସହାୟତା ଦେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।
ରାଜ୍ୟ ରାଜପଥ ରେ ଗଜରାଜ। ଯାତ୍ରୀବାହୀ ବସ ସମ୍ମୁଖକୁ ଆସିବାରୁ ଯାତ୍ରୀ ଭୟଭୀତ,
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଞ୍ଚଳରେ ଦୀର୍ଘ ମାସ ହେଲା ହାତୀ ଉତ୍ପାତ ଚଳେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିବା ସହ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜନ ଅସନ୍ତୋଷ ବୃଦ୍ଧି ପାଇବା ପରେ ବ୍ରହ୍ମପୁରରୁ ସ୍ୱତନ୍ତ୍ର ଗାଡି ସହ ଏକ ଟିମ ଆସି ହାତୀ ଗତିବିଧି କ୍ୟାମେରାରେ ଠାବ କରି ହାତୀକୁ ଜନବସତି ଠାରୁ ଦୁରେଇବାକୁ ଚେଷ୍ଟା କରୁଛନ୍ତି, ବନବିଭାଗର ସ୍ୱତନ୍ତ୍ର ଟିମ। ଦୁଇଟି ଦନ୍ତା ସାରା ଅଞ୍ଚଳବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ନିଦ ହଜେଇ ଦେଲାଣି କେତବେଳେ ଗାଁ ମୁଁହା ତ କେତେବେଳେ ସହର ଭିତରେ ତ କେତେବେଳେ ଧାନ କ୍ଷେତରେ କ୍ଷୟ କ୍ଷତି କରୁଥିବା ବେଳେ ରବିବାର ସକାଳୁ ରାଇକିଆ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଘୁ.ଉଦୟଗିରିରୁ ଯାତ୍ରୀଙ୍କୁ ଚଢେଇ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବା ବେଳେ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାଜ୍ୟ ରାଜପଥ ନନ୍ଦଗିରି ଠାରେ ହଠାତ ଏକ ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସି ବସ ସମ୍ମୁଖକୁ ମାଡି ଆସିଥିଲା। ବସ ଭିତରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇ ହୋହାଲା କରିବାରେ ଲାଗିଥିଲେ। ବସ ଚାଳକ ବସକୁ ଧୀରେ ଧୀରେ ପଛକୁ ଗଡଉଥିବା ବେଳେ ହାତୀ ଆଗକୁ ମାଡ଼ି ଚାଲିଥିଲା। କିଛି କ୍ଷଣ ପରେ ହାତୀ ଜଙ୍ଗଲ ଭିତରକୁ ପଳେଇଥିଲା। ଏହାପରେ ବସ୍ଟି ରାସ୍ତାରେ ଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗର ରକ୍ଷକ ଗାଡି ସହ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଲକ୍ଷ୍ୟ କରିଥିଲେ।
ବିଷଧର ସାପ କାମୁଡ଼ାରେ ନାବାଳିକା ମୃତ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ପୁଣି ବିଷଧର ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ନାବାଳିକା ବାଲିଗୁଡ଼ା ରେଡ୍ କ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ନିକଟସ୍ଥ ସାହିର ଲିଙ୍ଗରାଜ ବିନ୍ଧାଣୀଙ୍କ ୧୪ ବର୍ଷୀୟ ଝିଅ ଗାୟତ୍ରୀ ବିନ୍ଧାଣି । ସୂଚନା ପ୍ରକାରେ ଗତ ରାତିରେ ସପରିବାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ଲିଙ୍ଗରାଜଙ୍କ ଝିଅକୁ କାମୁଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ଝିଅକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।
