ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପୁରୀ ଗସ୍ତ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପୁରୀ ଗସ୍ତ
ଆଜି ତା ୧୨.୦୮.୨୦୨୫ ରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ର ନବନିଯୁକ୍ତ ଅଧ୍ୟକ୍ଷା ବବିତା ପାତ୍ର ଙ୍କ ସମେତ କମିଶନ ର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କଳ୍ପନା ଲେଙ୍କା, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଏବଂ ଶ୍ରୀମତୀ ସୁଜାତା ନାୟକ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଧ୍ୟକ୍ଷା ଓ ସଦସ୍ୟା ମାନେ ପୁରୀ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଜଣାଇଥିଲେ। ଏହାପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ଯୋଜନା ଗୁଡିକ ଯଥା; ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଭବିଷ୍ୟତରେ ଶିଶୁ ସୁରକ୍ଷା କୁ ଅଗ୍ରାଧିକାର ପ୍ରଦାନ ପୂର୍ବକ ସମସ୍ତ ଶିଶୁ ମାନଙ୍କ ଅଧିକାର ପୂରଣ ଦିଗରେ ଆୟୋଗ ନିଷ୍ଠାର ସହିତ କାର୍ଯ୍ୟ କରିବ ବୋଲି ଅଧ୍ୟକ୍ଷା କହିଥିଲେ।

Leave a Reply

Your email address will not be published. Required fields are marked *