ରାମଗଡ଼ ମହାନଦୀ କୂଳରେ ଦନ୍ତା ହାତୀ ଭୟରେ ଗ୍ରାମବାସୀ।
ହାତୀ ଏବଂ ମଣିଷ ଉଭୟ ଗଛ ଉପରେ ନିର୍ଭର କରନ୍ତି। ବାସ୍ତବରେ ଜଙ୍ଗଲ ମାଫିଆମାନଙ୍କ ଦ୍ୱାରାଜଙ୍ଗଲ ନଷ୍ଟ ହେବା ଦ୍ୱାରା ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ଓ ସହର ମୁହାଁ ହେଉଛନ୍ତି। ବାସ୍ତବରେ ହାତୀମାନେ ନଷ୍ଟ କରୁଥିବା ଧନ ଓ ଜୀବନ ନିରୀହ ଲୋକମାନଙ୍କର। କିନ୍ତୁ କାଠ ଚୋର ଓ ଜଙ୍ଗଲ ମାଫିଆମାନେ ଜଙ୍ଗଲ ବିଭାଗ ସହିତ ସାଲିସ କରି ବହୁମାତ୍ରାରେ ଧନ ଉପାର୍ଜନ କରୁଛନ୍ତି। ସେ ଯାହାବି ହେଉ ବୌଦ୍ଧ ଜିଲ୍ଲା ରାମଗଡ଼ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଗାଁ ମୁଁହଁl ଦନ୍ତା ହାତୀ l ବୌଦ୍ଧ ଜିଲ୍ଲା ରାମଗଡ଼ ମହାନଦୀ କୂଳରେ ବୁଲୁଛନ୍ତି ଦନ୍ତା ହାତୀ l ହାତୀ ଭୟରେ ତରଭୁଜ ଓ ଆମ୍ବ ଚାଷୀ l ହାତୀ କୁ ଆଜି ଭୋର ସକାଳୁ ଦେଖିଥିଲେ ଗ୍ରାମର କିଛି ଚାଷୀ ଏବଂ ଭୟଭୀତ ହେବା ସହ ଅଳ୍ପକେ ହାତୀ ମୁହଁରୁ କେତେକ ଚାଷୀ ବର୍ତ୍ତୀ ଯାଇଥିବା ଦେଖିବାକୁ ମିଳିଛି l ସୂଚନା ମତେ ଉକ୍ତ ହାତୀ ଟି ଅନଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳ କୁଦ ଗାଁ ନିକଟରେ ଗତକାଲି ଥିବା ବେଳେ ଆଜି ନଦୀ ଡେଇଁ ରାମଗଡ଼ ମହାନଦୀ କୂଳକୁ ଆସିଥିବା ଜଣାପଡ଼ିଛି l ଏକର ଏକର ଚାଷ ହୋଇଥିବା ଚାଷୀ ଙ୍କ ତରଭୁଜ ଓ ଆମ୍ଭ ବଗିଚା ଭିତରେ ଦନ୍ତା ଟି ରହି ଥିବା ବେଳେ କେତେକ ଚାଷୀ ଙ୍କ ତରଭୁଜ ଓ ଆମ୍ବ ଗଛ ନଷ୍ଟ କରିଥିବା ମଧ୍ୟ୍ୟ ଜଣାପଡିଛି। ଆପଣ ମାନେ ଆମ ଫଟୋ ସାମ୍ବାଦିକଙ୍କ ଭିଜୁଆଲରେ ଦେଖନ୍ତୁ କିଭଳି ଦନ୍ତା ହାତୀ ଟି ଆମ୍ବ ବଗିଚା ରେ ଠିଆ ହୋଇଛି ଏବଂ ଆମ୍ବ ଗଛ ଓ ତରଭୁଜକୁ ନଷ୍ଟ କରିଛି l ଏ ଦୃଶ୍ୟଟି ହେଉଛି ରାମଗଡ଼ ମହାନଦୀ କୂଳର। ଏପଟେ ଖବର ପାଇ ପୁରୁଣା କଟକ ରେଞ୍ଜ ବନ କର୍ମଚାରୀ ଘଟଣା ସ୍ଥଳ ରେ ପହଁଞ୍ଚି ହାତୀ କୁ ଜଗି ଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ଚାଷୀ ଭୟରେ ବଗିଚା ଓ ବିଲ କୁ ମଧ୍ୟ ଯାଉନାହାନ୍ତି। ମହାନଦୀ କୁ ଗାଧୋଇବା ପାଇଁ ଯାଉ ନଥିବା ଅଞ୍ଚଳ ବାସୀ ଦେଖିବାକୁ ମିଳିଛି l ଏପଟେ ହାତୀ ଟି ମହାନଦୀ କୂଳ ରେ ଦୀର୍ଘ ୫ ଘଣ୍ଟା ହେଲା ରହିଥିଲେ ସୁଦ୍ଧା ଦନ୍ତା କୁ ଅନ୍ୟତ୍ର କୌଣସି ସ୍ଥାନକୁ ଘଉଡ଼େଇବା ପାଇଁ ବନ ବିଭାଗ କୌଣସି ପ୍ରୟାସ କରୁନଥିବାରୁ ଚାଷୀ ଓ ଗ୍ରାମବାସୀ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l ତେବେ ଯଦି ହାତୀ ଗାଁ ମୁଁହା ହୁଏ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରେ ଗ୍ରାମବାସୀ ଭୟଭୀତରେ ଥିବା ଜଣା ପଡିଛି l
ବୌଦ୍ଧ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ।