ରାମନାଗୁଡ଼ାବ୍ଲକ ପରିଦର୍ଶନରେ ରାୟଗଡା ଜିଲ୍ଲାପାଳ। ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ପ୍ରଥମେ କରଡାଗ୍ରାମକୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ।ପରେ ଖାମ୍ବାଗୁଡ଼ାରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଗୋଲାପ ବଗିଚା, ରାମନାଗୁଡ଼ା ଇ ଲାଇବ୍ରେରୀ,ଗୋସାଇଁ ଗୁଲୁମୁଣ୍ଡାରେ ଇଣ୍ଡଷ୍ଟ୍ରିଆଲ ପାର୍କ, ନିଳକଣ୍ଠପୁରରେ ସ୍ଵଂୟ ସହାୟିକ ସଦସ୍ୟାଙ୍କ ଦ୍ଵାରା ମଲ୍ଲିଫୁଲ ବଗିଚା, ଗଦଗଦା ଶୈବ ପୀଠ ତଥା ଜଳ ପ୍ରପାତ , କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ,କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ,ଅମଡିଙ୍ଗର ନିର୍ମାଣାଧିନ ପୋଲ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ।ଗୋଗୁପଡୁ ଅଞ୍ଚଳରେ ଚାଲିଥିବା ଡ୍ରାଗନ ଫଳ ହେଉଥିବା ବୁଲି ଦେଖିଥିଲେ।ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାସହ ଗୋଲାପଚାଷ କରୁଥିବା ସଦସ୍ୟାଙ୍କୁ ଦେଖୀ ଗୋଲାପଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଡ଼ିଓଙ୍କୁ କହିଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ସହକାରୀ ଯନ୍ତ୍ରୀ ପ୍ରତାପଚନ୍ଦ୍ର ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳଙ୍କ ବ୍ଲକ ପରିଦର୍ଶନ ପରେ ବିଭିନ୍ନ ଉନ୍ନତିମୂଳକ କାମ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ଆଶା ପ୍ରକାଶ କରିଛନ୍ତି।

ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
