ରାମନାଗୁଡା ବ୍ଲକ ଅପହଞ୍ଚ ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅପହଞ୍ଚ ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ।ସେ ପ୍ରଥମେ ଗୁମାଗୁଡା ଗାଁ କୁ ୨କିମିଦୂର ଚାଲି ଚାଲି ଗୁମାଗୁଡା ପାହାଡ ନିକଟରେ ଥିବା ଝରଣାରୁ ଗାଁକୁ ପାଣି ଆଣିବା ନିମନ୍ତେ କିଭଳି କାର୍ଯ୍ୟ କରାଯିବ କେଉଠି ଚେକ ଡେମ କରାଯିବ ଏହାର ତଦାରଖ କରିଥିଲେ। ଗୁମାଗୁଡା ଗ୍ରାମରେ ଉନ୍ନତ ଧରଣ ଚାଷ ମାଧ୍ୟମରେ ଗେଣ୍ଡୁ ଚାଷ, ମୋ ଉପକାରୀ ବଗିଚା ଚାଷ ଆଦି କରିବା ପାଇଁ ଉପସ୍ଥିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମରେ ୨ଗୋଟି ଅନ୍ତୋଦ୍ୱୟ ଗୃହ ଗୁଡିକର ତଦାରଖ କରିଥିଲେ। ଯଥା ଶୀଘ୍ର ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ହିତାଧିକାରୀଙ୍କୁ ବୁଝାଇବା ସହ ହିତାଧିକାରୀ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ରାମ ବାଣ୍ଟୁ ହାରକାଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ କିଛି ସାହାଯ୍ୟ କରିବା ପାଇଁ କହିଥିଲେ।

ପରେ ନାରଙ୍ଗବାଡି ଗ୍ରାମ ନିକଟରେ ଚାଲିଥିବା ମନରେଗା କାର୍ଯ୍ୟ ତଦାରଖ ଓ ଓଡ଼ଙ୍ଗମାସ୍କା ଗ୍ରାମକୁ ରାସ୍ତା କାର୍ଯ୍ୟ, କୋଟାଗୁଡା ଠାରୁ ବିନିନ୍ଦା କେନାଲ କାର୍ଯ୍ୟ, ଗୁମାଗୁଡା ରାସ୍ତା କାମ, କଣ୍ଡାଜାମ ଗ୍ରାମ କାର୍ଯ୍ୟ ଏବଂ ଝିଞ୍ଜିରିବାଡି ଗ୍ରାମର ମୋ ଉପକାରୀ ବଗିଚା କାର୍ଯ୍ୟ ବୁଲି ଦେଖିଥିଲେ।ବିନିନ୍ଦା ଠାରୁ କୋଟାଗୁଡା କେନାଲ କାର୍ଯ୍ୟ ଦେଖିକି ଖୁସି ବ୍ୟକ୍ତ କରିଥିଲେ। ଏହି କେନାଲ ଦ୍ୱାରା ପ୍ରାୟ ୪୦ଏକର ଜମି ଉପକୃତ ହେବ ବୋଲି ପିଇଓ ଏବଂ ଗ୍ରାମ ରୋଜଗାର ସେବକ କହିଥିଲେ। ଏହି ଭଳି କେନାଲ କାର୍ଯ୍ୟ କରିବା ଦ୍ୱାରା ଚାଷୀ ଉପକୃତ ହେବେ ବୋଲି ବିଡ଼ିଓ ଶ୍ରୀ ମଣ୍ଡଳ କହିଥିଲେ।ପରେ ପେଦାଗୁଡା ଗ୍ରାମ ଯାଇ କେନାଲ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସମ୍ଭାଵ୍ୟତା ସମ୍ବନ୍ଧରେ ଜେଇ,ପିଇଓଙ୍କ ସହ ଆଲୋଚନା କରିଥିଲେ। ପରିଶେଷରେ ବିଡ଼ିଓ ପାଠାଗାର, ରାମନାଗୁଡ଼ାକୁ ଗସ୍ତ କରି ପାଠାଗାରର ଭଲମନ୍ଦ ବୁଝିଥିଲେ। ଉକ୍ତ ପାଠାଗାରରେ ଗରିବ ୨ଜଣପିଲା ଦୀର୍ଘ ୧ବର୍ଷ ବିନା ଶୁଳ୍କରେ ପଢି ପିଜି ପରୀକ୍ଷାରେ ଉତୀର୍ଣ୍ଣ ହେବା ଜାଣି ଖୁସି ବ୍ୟକ୍ତ କରିଥିଲେ।

ଗୁମାଗୁଡା ଗ୍ରାମ କୁ ବହୁତ ଦିନ ହେବ କୌଣସି ବିଡ଼ିଓ ଯାଇ ନଥିବାରୁ ବହୁତ ଦିନପରେ ଜଣେ ଓଏଏସ ଅଧିକାରୀ ଯାଇଥିବା ଦେଖି ଗ୍ରାମବାସୀ ବିଡ଼ିଓଙ୍କୁ ଧନ୍ୟବାଦ ଦେଇଥିଲେ।ବିଡ଼ିଓଙ୍କ ଏହି ଗସ୍ତ ସମୟରେ ପାରିକ୍ଷିତି ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନରହରି ଦାଶ, ଜିଆରଏସ ସଂଗ୍ରାମ ବ୍ରମା, କନିଷ୍ଟ ଯନ୍ତ୍ରୀ ବାବୁଲାଲ ପୋଲାଈ, ସରପଞ୍ଚ ସୂର୍ଯ୍ୟାରାଓ କୁମ୍ବ୍ରିକା ଉପସ୍ଥିତ ରହିଥିଲେ।ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *