ରାସ୍ତା ରୁ ଉଠାଇ ନେଇ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ତିନ ଦୃର୍ବୁତ୍ତ

ପୋଲିସର କୋହଳ ମନୋଭାବ ନେଇ ତଦନ୍ତ କରିବା ଏବଂ ଫେଭର ବଦଳରେ ଫେଭର ଦେବା ଯୋଗୁଁ ଦୋଷୀ ମାନେ ସଠିକଦଣ୍ଡ ପାଇପାରୁନାହାନ୍ତି। ଆମ ଦଣ୍ଡ ବିଧାନର ଏତେ କଠୋର ନୁହଁ, ଯେଉଁଥି ପାଇଁ ଅପରାଧୀ ମାନେ ଭୟଭୀତ ହେଉନାହାନ୍ତି।
ରାସ୍ତା ରୁ ଉଠାଇ ନେଇ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ତିନ ଦୃର୍ବୁତ୍ତ। ପୁରୀ ଜିଲ୍ଲାର ବଳଙ୍ଗା ଥାନା ବାୟାବର ଗାଁ ରୁ ଆସିଛି ଏଭଳି ଅଭାବନୀୟ ଘଟଣା।
ପୁରୀ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ବଳଙ୍ଗା ରାସ୍ତା ରୁ ଉଠାଇ ନେଇ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଚମ୍ପଟ ମାରିଲେ ତିନ ଦୃର୍ବୁତ୍ତ। ପୁରୀ ବଳଙ୍ଗା ଥାନା ବାୟାବର ଗାଁ ରୁ ଆସିଛି ଏଭଳି ଅଭାବନୀୟ ଘଟଣା ।

ବଳଙ୍ଗା ଥାନାରେ ପୁରୀ ଏସପି ଓ କେନ୍ଦ୍ରାଞ୍ଚଳ ଆଇ ଜି.ପ୍ରବିନି କୁମାର, ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା ନିମାପଡା ବ୍ଲକ ବଳଙ୍ଗା ବାୟବର ଠାରେ ଘଟିଥିବା ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁରୀ ଏସପି ପିନାକ ମିଶ୍ର. ଓ କେନ୍ଦ୍ରାଞ୍ଚଳ ଆଇ ଜି ପ୍ରବୀନ କୁମାର. ସେଠାରେ ଘଟଣା ଅନୁଧ୍ୟାନ କରି ଯୁବତୀ ପୀଡ଼ିତାଙ୍କ ବାସଭବନକୁ ଯାଇ ସେଠାରେ କିଛି ଲୋକଙ୍କୁ ପଚାରି ଥାନାକୁ ଫେରିଛନ୍ତି I ଏହି ଘଟଣାରେ ପୋଲିସ ଜଣେ ଯୁବତୀ ଓ ମହିଳାଙ୍କୁମିଶାଇ ୧୦ ଜଣକୁ ଅଟକ ରଖି ତଦନ୍ତ ଜାରିରଖିଛନ୍ତି I]

ଏପର୍ଯ୍ୟନ୍ତ ଦୁର୍ବୁତଙ୍କୁ ଗିରଫ କରିପାରିନଥିବା ସୂଚନା ମିଳିଅଛି I ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାରେ ପୋଲିସ ମାମଲା ଆଗତ କରିଅଛି I ଯୁବତୀଙ୍କ ଦେହରେ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି I

ଘଟଣାସ୍ଥଳରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଚିକିତ୍ସା ପାଇଁ ପଠାଯାଇଛି ଇ
ପିପିଲିରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ତାପସ ରଞ୍ଜନ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *