ରାୟଗଡ଼ା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ୨୦୨୫ ପାଳିତ।

ରାୟଗଡ଼ା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ, ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଡ଼ିଆ ଠାରେ ପାଳିତ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓଡ଼ିଶା ସରକାର ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହା ସହିତ ଓଡ଼ିଶା ସରକାର ଜନ ହିତକର ଯୋଜନାରେ ଜନ ସାଧାରଣ କିପରି ଉପକୃତ ହୋଇପାରିବେ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ୭୯ ତମ ସ୍ବାଧିନତା ଦିବସ ଉପଲେକ୍ଷେ ୩୬ ଗୋଟି ଦଳ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୬ ଗୋଟି ଦଳର ଛାତ୍ର,ଛାତ୍ରୀ ନିଜର ଶାରୀରିକ କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ.ସ୍ଵାତୀ କୁମାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ସହରର ସମସ୍ତ ମାନ୍ୟ ଗନ୍ୟ ବ୍ୟକ୍ତି ଜନସାଧାରଣ ସମସ୍ତ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଗଣମାଧ୍ୟମ ପ୍ରତିନିଧି ପ୍ରୁମୁଖ ଉପସ୍ଥିତ ରହିଥିଲେ। ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *