ରାୟଗଡ଼ା ଜିଲ୍ଲା ଗୁଣପୁରରେ ମିସନ ଶକ୍ତି ବିଭାଗର ଗୋଷ୍ଠୀ ସହାୟକ କର୍ମୀ (css)କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ଗୁଣପୁର ବ୍ଳକ କାର୍ଯ୍ୟାଳୟରେ ଗଣଧାରଣାରେ ବସିଥିଲେ । ସେମାନଙ୍କର କିଛି ଦାବିକୁ ନେଇ ଗୁଣପୁର ବ୍ଳକ କାର୍ଯ୍ୟାଳୟ ଅଧିକାରୀ ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଧାରଣାରେ ବସିଛନ୍ତି। ଗତ ଛଅ ମାସ ହେବ ଦରମା ନ ପାଇ ମଧ୍ୟ ସେମାନେ ଡ଼୍ୟୁଟି କରୁଛନ୍ତି । ବିଗତ ସରକାର ଯେଉଁ ସୂବିଧା ଗୁଡ଼ିକ ସେମାନଙ୍କୁ ଦେଇ ଚଲାଉ ଥିଲେ ବର୍ତ୍ତମାନର ସରକାର ସେସବୁ ଉଛେଦ କରିଦେଇଛନ୍ତି। ସରକାର ସେମାନଙ୍କୁ ପେର୍ଫରମେନ୍ସ ଦରମା ଦେବା ପାଇଁ ଚେଷ୍ଟା କରିଥିବା ସମୟରେ ମିଶନ ଶକ୍ତିର ମହିଳା କର୍ମଚାରୀମାନେ ତାହା ଗ୍ରହଣ କରିବା ପାଇଁ ନାରାଜ ଅଛନ୍ତି। ଆଗରୁ ସେମାନଙ୍କୁ ଫିକ୍ସ ଦରମା ଦିଆଯାଉଥିଲେ କିନ୍ତୁ ବର୍ତ୍ତମାନ କାହିଁକି ତାହା ବନ୍ଦ କରି ପେର୍ଫରମେନ୍ସ ହିସାବରେ କାହିଁକି ଦରମା ଦିଆଯାଉଛି । ଗୁଣପୁର ବ୍ଳକର ପ୍ରଶାସନରେ ଯେତିକି ବିଭାଗ ସେ ସମସ୍ତେ ମିଶି କାମ କରୁଛୁ। କିନ୍ତୁ ସରକାର ଆମକୁ କାହିଁକି ଏପରି ଅନ୍ୟାୟ କରୁଛନ୍ତି, ଏମିତି ଅନେକ ବିଷୟକୁ ନେଇ ସେମାନେ ଧାରଣାରେ ବସିଛନ୍ତି। ସେମାନଙ୍କର ଗୁହାରି ରାୟଗଡା ଜିଲ୍ଲା ପାଳଙ୍କୁ ଓ ପ୍ରଶାସନର ପ୍ରତ୍ୟେକ ବିଭାଗକୁ ଲିଖିତ ଅଭିଯୋଗ ଯଣାଇଥିଲେ, କିନ୍ତୁ କେଉଁ ବିଭାଗ ସେମାନଙ୍କ ଗୁହାରି ଶୁଣୁନାହାନ୍ତି।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ରାୟଗଡ଼ା ଜିଲ୍ଲା ଗୁଣପୁରରେ ମିସନ ଶକ୍ତି ବିଭାଗର ଗୋଷ୍ଠୀ ସହାୟକ କର୍ମଚାରୀମାନେ ଗୁଣପୁର ବ୍ଳକ କାର୍ଯ୍ୟାଳୟରେ ଗଣଧାରଣାରେ ବସିଥିଲେ
