ରାୟଗଡ଼ା ଜିଲ୍ଲା ର ରାମ୍ନନାଗୁଡ଼ା ବ୍ଲକ ଚଳଚଞ୍ଚଳ।

ରାୟଗଡ଼ା ଜିଲ୍ଲା ର ରାମ୍ନନାଗୁଡ଼ା ବ୍ଲକ ଚଳଚଞ୍ଚଳ।
ବ୍ଳକ ସ୍ତରିୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା

ରାମନାଗୁଡ଼ା ବ୍ଲକ୍ ର କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଚାରୋଟି ପଞ୍ଚାୟତରୁ ଆଠଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ତିନି ଜଣ ସଦସ୍ୟା ଭାବରେ ମୋଟ ଚବିଶ ଜଣ ମହିଳା ଅତି ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ଚାଳିଶ ପ୍ରକାରର ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା।

ମୂଖ୍ୟ ଅତିଥୀ ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଉପସ୍ଥିତ ହୋଇ ମା ମାନଙ୍କୁ ପାରମ୍ପରିକ ଖାଦ୍ୟର ଉପକାରିତା ବିଷୟରେ ବୁଝାଇବା ସହିତ ପାରମ୍ପରିକ ଖାଦ୍ୟକୁ ବଜାୟ ରଖିବା ପାଇଁ ନିଜ ଭାଷଣରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ସହକାରୀ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଏ. ସନ୍ନମୁକା ପାତ୍ର, ସିଡିପିଓ ଅଞ୍ଜଳି ମହାପାତ୍ର, ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ପ୍ରଣତୀ ମହାପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ସହ-ବ୍ଲକ୍ ଶିକ୍ଷା ଅଧିକାରୀ ଏସ.ଏନ. ପାଣିଗ୍ରାହୀ, ରାମନାଗୁଡ଼ା ହାଇସ୍କୁଲର ଟିଜିଟି ଶିକ୍ଷୟତ୍ରୀ ଶାନ୍ତି ବେହେରା, ମିଶନ ଶକ୍ତି ବ୍ଲକ୍ ପ୍ରକଳ୍ପ ସଂଯୋଜକ ଜୟନ୍ତ କୁମାର ସେଠୀ, ବ୍ଲକ୍ ପ୍ରକଳ୍ପ ସହ-ସଂଯୋଜକ ବି. କିରଣ କୁମାର, ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ କୁମାର ତଣ୍ଡାସି ଏହି ବୈଠକରେ ଉପସ୍ଥିତ ଥିଲେ।


ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶ ବାହାନ ରଥର ଶୁଭାରମ୍ଭ।ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଫୁର୍ତ୍ତି ଅବସରରେ ଏକ ବିକାଶ ବାହନ ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ କୁ ରାଜ୍ୟ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ବର୍ଷକ ମଧ୍ୟରେ ସରକାର କରିଥିବା କାର୍ଯ୍ୟ କୁ ଲୋକ ଲୋଚନ କୁ ଆଣିବା ପାଇଁ ଏହି ବିକାଶ ବାହନ ରଥ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ସବୁଜ ପତାକା ଦେଖାଇ ବିକାଶ ରଥର ଶୁଭ ଉଦ୍ଘାଟନ କରିଥିବା ବେଳେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ , ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର ,ସବୁଜ ପାତାକା ଦେଖାଇ ଉଦ୍ ଘାଟନ କରିଥିଲେ। ସଂବୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନ ପୁଟ ସହାୟତା ,ପ୍ରତି ଉପଖଣ୍ଡ ରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷ ରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଖରିଫ ଓ ରବି ଫସଲ ପାଇଁ ୩୬.୦୧ ଲକ୍ଷ ଚାଷୀ ଙ୍କୁ ୧୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ ସହାୟତା, ସୁଭଦ୍ରା ଯୋଜନା ରେ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଉପକୃତ ହୋଇ ପାରିଥିବା ବେଳେ ୧୬ ଲକ୍ଷ ରୁ ଅଧିକ ଲକ୍ଷପତି ଦିଦି ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କୁ ସ୍ଥାନୀୟ ପରମ୍ପରା ଅନୁସାରେ ଗଣ ବିବାହ କରାଇବା ସହ ଜନଜାତି ଶିଶୁ ମାନଙ୍କ ଶିକ୍ଷା ଏବଂ ଜ୍ଞାନାତ୍ମାକ ବିକାଶ ଉଦ୍ଦେଶ୍ୟ ରେ ଆମେ ପଢିବା ଆମ ଭାଷାରେ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଙ୍କୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା, ତିନି ଲକ୍ଷ ରୁ ଅଧିକ ସଦସ୍ୟ ଉପକୃତ ହୋଇପାରିଛନ୍ତି ।


ଗୁଣପୁର ରୁ ଫୋଟୋ ନ୍ୟୁଜ ଟାଇମ୍ସ ର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *